ମାଓପ୍ରବଣ ଅଞ୍ଚଳରେ ଚାଲିଛି ୨ଟି ସେତୁ ନିର୍ମାଣ କାର୍ଯ୍ୟ, ସମୀକ୍ଷା କଲେ ନିର୍ବାହୀ ଯନ୍ତ୍ରୀ

0 64

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ମାଓପ୍ରବଣ ହରଭଙ୍ଗା ବ୍ଲକର ଦୁର୍ଗମ ମା ହାଲ୍ଲିକପଡା ପଞ୍ଚାୟତର ଦୁର୍ଗମ ପଦ୍ମାତୋଳା ଅଭୟାରଣ୍ୟରେ ଥିବା ହାତିଗଡ ଓ ନୂଆପଡା ଅଂଚଳରେ ଦୁଇ ବିଜୁ ସେତୁ ନିର୍ମାଣ କାର୍ଯ୍ୟକୁ ଆଜି ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ହୃଷିକେଶ ବରାଳ ଗସ୍ତ କରି ନିର୍ମାଣଧୀନ ସେତୁ କାର୍ଯ୍ୟ ପରିଦର୍ଶନ କରିଥିଲେ । ପ୍ରକାଶଥାଉକି ଉକ୍ତ ଅଂଚଳରେ ବସବାସ କରୁଥିବା ଆଦିବାସୀମାନେ ବର୍ଷାଦିନେ ୪ ମାସ କାଳ ଜଳବନ୍ଦୀ ଅବସ୍ଥାରେ ରହୁଥିଲେ । ଗ୍ରାମ ନିକଟରେ ବଡଯୋର ନାଳ ପ୍ରବାହିତ ହେଉଛି । ବର୍ଷା ଦିନେ ଏହି ନାଳରେ ପାହାଡିଆ ପାଣି ପ୍ରବଳ ସ୍ରୋତରେ ଚାଲେ । ଏଣୁ ବର୍ଷା ମାସ ପ୍ରାୟତଃ ଏହି ଗ୍ରାମବାସୀମାନେ ଜଳବନ୍ଦୀ ଅବସ୍ଥାରେ ରହୁଥିଲେ । ବହୁ ଦାବି ଅଭିଯୋଗ ପରେ ରାଜ୍ୟ ସରକାର ସମସ୍ୟାକୁ ଉପଲବ୍ଧ କରି ୨ଟି ବିଜୁ ସେତୁ ପାଇଁ ଅର୍ଥ ମଞ୍ଜୁରି କରିଥିଲୋ ଏହି ସେତୁକୁ ୨କୋଟି ୨୦ଲକ୍ଷ ଚଙ୍କା ବ୍ୟୟ ଅଟକଳରେ ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ଅଟକଳ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସେତୁ ଆସନ୍ତା ଜୁନ୍ ୨୦୨୧ ସୁଦ୍ଧା ଶେଷ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ବର୍ତ୍ତମାନ ଏହି ସେତୁ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହି ସେତୁ ନିର୍ମାଣ ହେବା ଫଳରେ ଦୁର୍ଗମ ଅଂଚଳରେ ଯଥା-ଗୋରୋଡିସାହି, ହାତୀଗଡ, ନୂଆପଡା, ଭାବପୁର ଆଦି ଅଂଚଳର ଆଦିବାସୀାନେ ବିଶେଷ ଉପକୃତ ହେବେ । ଆଜି ସେତୁ କାର୍ଯ୍ୟର ଅଗ୍ରଗତି ନେଇ ନିର୍ବାହୀଯନ୍ତ୍ରୀ ଇଂ ହୃଷିକେଶ ବରାଳ, ସହକାରୀ ଯନ୍ତ୍ରୀ ଇଂ ବିବେକାନନ୍ଦ ସାହୁ, ଇଂ ବିଦ୍ୟାଧର ମହାନ୍ତି ପ୍ରମୁଖ ଆଲୋଚନା କରିଥିଲେ ଏବଂ ଠିକାଦାରକୁ ପରାମର୍ଶ ଦେଇଛନ୍ତି ଠିକ୍ ସମୟ ସୀମା ମଧ୍ୟରେ ସେତୁ କାର୍ଯ୍ୟ ଶେଷ କରିବାକୁ ।

hiranchal ad1
Leave A Reply

Your email address will not be published.

twenty − 14 =