ବୌଦ୍ଧ: ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

0 755

ବୌଦ୍ଧ,୨୭/୧୨ – ଗତକାଲି ୨ଜଣ ଜିଲ୍ଲାରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଗତକାଲି ବୁର୍ଲାସ୍ଥିତ ଭିମସାର୍‌ କୋଭିଡ୍‌ ହସପିଟାଲରେ ବୌଦ୍ଧର ଜଣେ ୨୯ ବର୍ଷୀୟ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଜିର ଜଣେ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୭୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୪୬ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୧୧ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ୧୦ ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି ଓ ୨୩ ଆକ୍ରାନ୍ତ ସୁସ୍ଥ ହୋଇ ସାରିବା ପରେ ପ୍ଲାଜମା ଦାନ କରିଛନ୍ତି ବୋଲି ଶ୍ରୀ ଧରୁଆ ସୂଚନା ଦେଇଛନ୍ତି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାଙ୍କର ନମୁନା ବୌଦ୍ଧ ଜିଲ୍ଲାରୁ ସଂଗ୍ରହ କରାଯାଇନାହିଁ । ସେ ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥାଇପାରନ୍ତି ବୋଲି ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 + 16 =