ବିପଦପୂର୍ଣ୍ଣ ଶୁଖିଲା ଗଛ କାହାର ଜୀବନ ନେବା ଆଗରୁ ପ୍ରଶାସନ ଦୃଷ୍ଟି ଦେବେ କି ?

0 79

ଖପ୍ର୍ରାଖୋଲ,୨୭/୧୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ପାଢେଲ ବସ୍‌ଷ୍ଟାଣ୍ଡ ପାଖ ମୁଖ୍ୟରାସ୍ତାରେ ଏକ ବିରାଟ ଶୁଖିଲା ନିମ୍ବଗଛଟି ବିପଦପୂର୍ଣ୍ଣ ଭାବେ ରହିଛି । ଏନେଇ ଗ୍ରାମବାସୀ ଗଛଟିକୁ କାଟିବାର ବ୍ୟବସ୍ଥା କରିବାକୁ ଜଙ୍ଗଲ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଗଛଟିକୁ କାଟିବାର ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ।। ସୁଚନାଯୋଗ୍ୟ ଯେ ପାଢେଲ ବସ୍‌ଷ୍ଟାଣ୍ଡ ଆଖପାଖରେ ଚପଲ ,କିରାନା, ଫଳଦୋକାନ, କିସ୍କୋବ୍ୟାଙ୍କ ରହିଥିବା ହେତୁ ସବୁବେଳେ ଜନଗହଳି ରହୁଥିବା ଦେଖିବାକୁ ମିଳିଛି । ଗଛପାଖକୁ ଲାଗି ରହିଥିବା ପଡ଼ିଆରେ ପ୍ରତିବର୍ଷ ଛତିଶଗଡ଼ ଜିଲ୍ଲାରୁ ପଥର ଖୋଦେଇ କାମ କରି ବା ପାଇ ପ୍ରାୟ ୧୦/୧୨ ପରିବାର ତମ୍ବୁ କରି ରହୁଛନ୍ତି । ଗଛଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଖବର ଅନେକ ଥର ଖବରକାଗଜରେ ବାହାରି ଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ବିପଦପୂର୍ଣ୍ଣ ଶୁଖିଲା ଗଛ କାହାର ଜୀବନ ନେବା ଆଗରୁ ପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

ten + 10 =