ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

0 652

ବୌଦ୍ଧ୨୮/୯ – ଘରୋଇ ଗ୍ରାହକ ମାନଙ୍କ ପାଇଁ ବିଦ୍ୟୁତ୍ ଦର ବୃଦ୍ଧି କରାଯାଇଥିବା ପ୍ରତିବାଦରେ ଆଜି ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ସରକାରଙ୍କ କମ୍ପାନୀ ପ୍ରୀତି ନୀତିର ପ୍ରତିବାଦ କରିଛନ୍ତି | ବିଭିନ୍ନ କମ୍ପାନୀ ଉପରେ କୋଟି କୋଟି ଟଙ୍କାର ବିଦ୍ୟୁତ୍ ଦେୟ ବକେୟା ପଡିଥିବା ବେଳେ ତାକୁ ଆଦାୟ କରାନଯାଇ ସାଧାରଣ ଖାଉଟି ଉପରେ ଦାଉ ସାଧୁଥିବା ଅଭିଯୋଗ କରିଛନ୍ତି | ଏ ସମ୍ପର୍କରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି |

hiranchal ad1
Leave A Reply

Your email address will not be published.

19 − seven =