ହୀରାଞ୍ଚଳର ଷଷ୍ଠଦଶ ସ୍ବନକ୍ଷତ୍ର ଉତ୍ସବ ଅନୁଷ୍ଠିତ

0 832

hiring

ବୌଦ୍ଧ,୨୮/୨ – ଭୁବନେଶ୍ବର ଓ ସମ୍ବଲପୁରରୁ ଏକ ସମୟରେ ପ୍ରକାଶିତ ଦୈନିକ ହୀରାଞ୍ଚଳର ଷଷ୍ଠଦଶ ସ୍ବ ନକ୍ଷତ୍ର ଉତ୍ସବ ଗତକାଲି ବୌଦ୍ଧ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି | ହୀରାଞ୍ଚଳର ସମ୍ପାଦକ ଯୁଗଳ କିଶୋର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ବ ନକ୍ଷତ୍ର ଉତ୍ସବରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯାଇ ପାରିଲେ ଏ ଅଞ୍ଚଳର ବିକାଶ ହୋଇ ପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ବୌଦ୍ଧ ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳୀକୁ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ହାତକୁ ନେଇଥିବା କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ସମ୍ମାନୀତ ଅତିଥି ମହୀଧର ରଣା ପ୍ରକାଶ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଓଡିଶାର ବରିଷ୍ଠ ସାମ୍ବାଦିକ ରବି ଦାସ୍, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ, ବୌଦ୍ଧ ବନ ଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଯୋଗ ଦେଇ ହୀରାଞ୍ଚଳର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ | ଏହି ଅବସରରେ ହୀରାଞ୍ଚଳର ସ୍ବତନ୍ତ୍ରସଂଖ୍ୟା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ହୀରାଞ୍ଚଳର ସ୍ବ ନକ୍ଷତ୍ର ଉତ୍ସବ ଅବସରରେ କୋଭିଡ୍ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଅନୁଷ୍ଠାନ ଯଥା ବୌଦ୍ଧ ଅଗ୍ନିଶମ ବାହିନୀ, ବୌଦ୍ଧ ଗଡ ଏନ.ଏ.ସି. ସମେତ ମେଡିକାଲ ଅଫିସର୍ ଡାକ୍ତର ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ୍, ଷ୍ଟାଫ ନର୍ସ ନମିତା ବିଶ୍ୱାଳ, ସମାଜ ସେବୀ ସୁଶାନ୍ତ କୁମାର୍ ବାରିକ, ପ୍ରବୀର ଦାସ୍, ଅପୂର୍ବ ରଞ୍ଜନ ବେହେରା ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ହୀରାଞ୍ଚଳ ସମ୍ମାନରେ ସମ୍ମାନୀତ କରାଯାଇଥିଲା l ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ପ୍ରତିଭା ସାହୁ, ସୂର୍ଯ୍ୟପ୍ରିୟା ପାଣିଗ୍ରାହୀ, ବୈଜୟନ୍ତୀମାଳା ମହାପାତ୍ର, ସମାଜ ସେବୀ ଇଂ. ବିକାଶ ମହାକୁଡ, ସାମ୍ବାଦିକ ସରୋଜ କୁମାର ଜେନା, ମୋତିଲାଲ ମିଶ୍ର, ଗୋବର୍ଦ୍ଧନ ବଘାର୍, ବାସୁଦେବ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା | ଉତ୍ସବ ପ୍ରାରମ୍ଭରେ ସାମ୍ବାଦିକା ସୁଶ୍ରୀ ସୁଜାତା ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ସତ୍ୟଜିତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ | ଶେଷରେ ସାମ୍ବାଦିକ ଜାମିନୀ କାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

hiranchal ad1
Leave A Reply

Your email address will not be published.

two + 8 =