ହୀରାଞ୍ଚଳ ସାହିତ୍ୟ ସୃଜନୀ କବିତା ଆସର

0 596

hiring

ବୌଦ୍ଧ,୨୮/୨ – ହୀରାଞ୍ଚଳର ଷଷ୍ଠଦଶ ସ୍ବ ନକ୍ଷତ୍ର ଉତ୍ସବ ଅବସରରେ ହୀରାଞ୍ଚଳ ସାହିତ୍ୟ ସୃଜନୀ କବିତା ଆସର ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି | ଏହି ଆସରକୁ ବରିଷ୍ଠ ସାହିତ୍ୟିକ ତଥା ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ | ସୁଶାନ୍ତ କୁମାର୍ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାହିତ୍ୟ ସୃଜନୀ କବିତା ଆସରକୁ ଯୁବ କବି ରଞ୍ଜୁ ଅମାତ୍ ଓ ସତ୍ୟ ନାରାୟଣ ସାହୁ ସଂଯୋଜନା କରିଥିଲେ | ଆସରରେ ବହୁ ସଂଖ୍ୟାରେ ତରୁଣ ଓ ପ୍ରବୀଣ କବି କବୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ଆବୃତି କରିଥିଲେ | ବରିଷ୍ଠ ଶିଶୁ ସାହିତ୍ୟିକ ତଥା ହୀରାଞ୍ଚଳର ସାମ୍ବାଦିକ ସତ୍ୟଜିତ ପଣ୍ଡାଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଆସରରେ କବି ଶାନ୍ତନୁ କୁମାର୍ ପାଣିଗ୍ରାହୀ, ଦେବେନ୍ଦ୍ର ମିଶ୍ର, ନୀଳ ଲୋହିତ ମହାପାତ୍ର, ରମେଶ କୁମାର୍ ମେହେର, ରାଜ କୁମାର୍ ପ୍ରଧାନ, ସନ୍ତୋଷ କୁମାର କର୍ଣ୍ଣ, ପଦ୍ମାଳୟା ମିଶ୍ର, ମନୋରଂଜନ ମିଶ୍ର, କରୁଣାକର ଘଣ୍ଟୁଆଳ, ରଞ୍ଜନ କୁମାର୍ ପାତ୍ର, ପଦ୍ମଜା ପତି, ସାଣନ୍ଦ ଦେହୁରୀ, ସନ୍ତୋଷ କୁମାର ମେହେର ପ୍ରମୁଖ ୩୫ ଜଣ କବି କବୟତ୍ରୀ ସ୍ୱରଚିତ କବିତା ଆବୃତି କରିଥିଲେ | ଶେଷରେ ନୀଳ ଲୋହିତ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ | କବିତା ପାଠ କରିଥିବା ସମସ୍ତ କବି କବୟତ୍ରୀ ମାନଙ୍କୁ ହୀରାଞ୍ଚଳ ସାହିତ୍ୟ ସୃଜନୀ ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା |

hiranchal ad1
Leave A Reply

Your email address will not be published.

1 × three =