ମଦ୍ୟ ପାନରୁ ଗୁଳିକାଣ୍ଡ, ଜଣେ ଗୁରୁତର

0 5,624

hiring

ବୌଦ୍ଧ,୨୮/୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା କରଞ୍ଜକଟା ଗ୍ରାମ ପଞ୍ଚାୟତ ବାହାଲି ଗ୍ରାମରେ ଶନିବାର ରାତିରେ ଏକ ଗୁଳିକାଣ୍ଡ ଘଟି ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ବାହାଲି ଗ୍ରାମର ଅଭୟ ଜାନୀ ଓ ବଚନ ବଘାର୍ ମଦ୍ୟପାନ କରିବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସl ହୋଇଥିଲା | ଏ କଥାକୁ କେନ୍ଦ୍ରକରି ଅଭୟ ଦେଶୀ ଛଲରା ବନ୍ଧୁକରୁ ବଚନ ଉପରକୁ ଗୁଳି ମାଡ କରିଥିଲା l ଫଳରେ ବଚନ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ଆଜି ସକାଳେ ପୁରୁଣା କଟକ ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରି ଦେଶୀ ବନ୍ଧୁକକୁ ଜବତ୍ କରି ପୁରୁଣାକଟକ ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି l ଗୁଳି କାଣ୍ଡ ପରେ ଅଭିଯୁକ୍ତ ଫେରାର ଥିବା ପୁରୁଣା କଟକ ଥାନା ଅଧିକାରୀ ଜ୍ୟୋସ୍ନା କାଉଁରି ସୁଚନା ଦେଇଛନ୍ତି l

hiranchal ad1
Leave A Reply

Your email address will not be published.

nine + 6 =