ସାନ ଭାଇକୁ ହତ୍ୟା କରି ଦୁଇ ବଡ଼ ଭାଇ ପୋଡି ଦେଇଥିବା ଅଭିଯୋଗ

0 3,916

hiring

ବୌଦ୍ଧ /ବାଉଁଶୁଣୀ,୧/୩ – ଗତକାଲି ରାତିରେ ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ମଲିକ ପଡା ଗ୍ରାମରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି l ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବା ପରେ ଘର ଆଗରେ ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିବା ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ମଲିକ ପଡା ଗ୍ରାମର ସନ୍ତୋଷ ଜାନୀ (32) ଙ୍କ ସହ ବଡ଼ ଭାଇ ସାର୍ତିକ ଜାନୀ (40 ) ଓ ମଝିଆ ଭାଇ ପ୍ରଶାନ୍ତ ଜାନୀ (36) ଙ୍କ ମଧ୍ୟରେ ରବିବାର ସନ୍ଧ୍ୟାରେ ପାରିବାରିକ କଳହକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ବଚସl ହୋଇଥିଲା | ଉଭୟ ବଡ଼ ଭାଇ ଓ ମଝିଆ ଭାଇ ମିଶି ସାନଭାଇ ସନ୍ତୋଷକୁ ହତ୍ୟା କରିଥିଲେ | ତାପରେ ସନ୍ତୋଷ ର ଶବକୁ ନେଇ ଘର ସାମ୍ନାରେ ଥିବା ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିବା ଅଭିଯୋଗ ହୋଇଛି | ବାଉଁଶୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଦର ପୋଡା ଶବ ଓ ପାଉଁଶ ଜବତ କରି ଘଟଣାର ତଦନ୍ତ ଜାରୀ ରଖିଛି l ହତ୍ୟାକାରୀ ବୋଲି ସନ୍ଦେହ କରା ଯାଉଥିବା ବଡ଼ ଭାଇ ଓ ମଝିଆ ଭାଇ ଫେରାର ଥିବା ଜଣାପଡିଛି l ଆଜି ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯିବ | ମୃତ ସନ୍ତୋଷ ଆଦିବାସୀ ଯୁବକ ହିସାବରେ ପୋଲିସ୍ ବିଭାଗରେ ପ୍ରଥମେ ଏସ.ପି.ଓ. ଭାବେ ଭର୍ତ୍ତି ହୋଇଥିଲେ ଓ ପରେ କନେଷ୍ଟବଳ ପଦବୀକୁ ପଦୋନ୍ନତି ପାଇ ବୌଦ୍ଧ ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ l ମଝିଆ ଭାଇ ପ୍ରଶାନ୍ତ ଜାନୀ ପୁର୍ବରୁ ଅନ୍ୟ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲରେ ଥିଲେ ଓ କିଛି ଦିନ ତଳେ ଖଲାସ୍ ହୋଇ ଘରକୁ ଆସିଥିଲେ ବୋଲି ଜଣାପଡିଛି l

hiranchal ad1
Leave A Reply

Your email address will not be published.

5 − 4 =