କାର୍‌ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

0 3,209

ବୌଦ୍ଧ/ହରଭଙ୍ଗା,୧/୩- ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ବୌଦ୍ଧଥାନା ବୀରନସିଂହପୁର ବାଳାଶ୍ରମ ନିକଟରେ ଆଜି ଜଣେ ସାଇକେଲ ଆରୋହୀଙ୍କୁ ଗୋଟିଏ କାର୍‌ ଧକ୍ଳା ଦେଇଥିବାରୁ, ସାଇକେଲ ଆରୋହୀ ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୀରନରସିଂହପୁର ଗ୍ରାମର ନବିନ ପ୍ରଧାନ(୫୫) ସାଇକେଲରେ ଆସୁଥିବାବେଳେ ପୁରୁଣାକଟକ ଦିଗରୁ ବୌଦ୍ଧ ଅଭିମୁଖେ ଯାଉଥିବା(ଓଡି ଜିରୋ ୨ ସି ୪୭୭୭) ନାମକ ଏକ ସୁଇଫ୍‌ ଡିଜାର୍‌ କାର୍‌ ବାଳାଶ୍ରମ ଛକଠାରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏଥିରେ ସାଇକେଲ ଆରୋହୀଜଣକ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଗୁରୁତର ବ୍ୟକ୍ତିଙ୍କୁ ବୌଦ୍ଧଜିଲ୍ଲା ମୁଖ୍ୟଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଅବସ୍ଥା ସଂକଟାପନ ଥିବାରୁ ବୁର୍ଲା ନେବାକୁ ଡାକ୍ତର କହିଥିଲେ । ବୁର୍ଲା ନେଉଥିବା ସମୟରେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ବୌଦ୍ଧ ପୋଲିସ୍‌ ପଂହଚି ତଦନ୍ତ କରିବାସହ ଦୁର୍ଘଟଣାଗ୍ରସ୍ତ କାର୍‌ ଓ କାର୍‌ରେଥିବା ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଥିବା ଜଣାପଡିଛି । ଏହି ଦୁର୍ଘଟଣାକୁ ନେଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

8 + six =