ପୌର ନିର୍ବାଚନ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଫିସରସ୍ତରରେ ବଡଧରଣ ବଦଳି

0 229

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଥିବାବେଳେ ଆଜି ବିଭିନ୍ନ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଫିସରସ୍ତରରେ ଏକ ବଡଧରଣର ବଦଳି କରିଛନ୍ତି ।
ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଖଲ୍ଲିକୋଟ ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର ରାମଚନ୍ଦ୍ର ମିଶ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ଜୁନିୟର ଇଞ୍ଜିନିୟର ଭାବେ ବଦଳି କରାଯାଇଛି । ସେହିପରି କଟକ ଡେପୁଟି କଲେକ୍ଟର ଅନୀତା ପାତ୍ରଙ୍କୁ କଟକ ମହାନଗର ନିଗମର ଯୁଗ୍ମ କମିଶନର, ପଲ୍ଲବୀ ବେହେରାଙ୍କୁ ବାଙ୍କି ଏନଏଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରଦୀପ କୁମାର ଶାହଙ୍କୁ ଚମ୍ପୁଆ ଏନଏଏସିର କାର୍ଯ୍ୟନିର୍ବାହୀ ଅଫିସର ଓ ଗୌରହରି ମହାନ୍ତଙ୍କୁ ପାଟଣାଗଡ ଏନଏଏସିର କାର୍ୟ୍ୟନିର୍ବାହୀ ଅଫିସର ଭାବେ ବଦଳି କରାଯାଇଛି ।
ମଧୁସ୍ମିତା ସିଂଙ୍କୁ ସୁନ୍ଦରଗଡ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଫିସର, ସୁକାନ୍ତ ଚନ୍ଦ୍ର ବେଉରାଙ୍କୁ ରାଉରକେଲା ମ୍ୟୁନିସପାଲ କର୍ପୋରେସନର ଆସିଷ୍ଟାଣ୍ଟ କମିଶନର, ମେହୋଡିୟସ୍‌ ଲାକ୍ରାଙ୍କୁ ରାଜଗାଙ୍ଗପୁର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଫିସର, ଅକ୍ଷୟ କୁମାର ପରିଡାଙ୍କୁ ଖଲ୍ଲିକୋଟ ଏନଏସିର କାର୍ଯ୍ୟନିର୍ବାହୀ ଅଫିସର, ପ୍ରମୋଦ କୁମାର ପାଢୀଙ୍କୁ ବାଲୁଗାଁ ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର, ଆକ୍ରୀର୍ତ୍ତି ଗୋଏଙ୍କାଙ୍କୁ ହିନ୍ଦୋଳ ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର, ଚନ୍ଦ୍ରମଣି ସ୍ୱାଇଁଙ୍କୁ ବ୍ରଜରାଜନଗର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଫିସର, ସତ୍ୟପ୍ରକାଶ ମିଶ୍ରଙ୍କୁ ନିମାପଡା ଏନଏସିର କାର୍ୟ୍ୟନିର୍ବାହୀ ଅଫିସର, ଧର୍ମେନ୍ଦ୍ର ଶତପଥୀଙ୍କୁ ରାଇରଙ୍ଗପୁର ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର ଭାବେ ବଦଳି କରାଯାଇଛି ।
ସେହିପରି କୋରାପୁଟ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଫିସର ଶାଶ୍ୱତ ଜମାଦାରଙ୍କୁ ସୁନାବେଡା ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଫିସର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

hiranchal ad1
Leave A Reply

Your email address will not be published.

sixteen − 6 =