ଆମ୍ବଚାଷୀଙ୍କୁ ଶ୍ରମିକ ମଜୁରୀ ଦେଉନାହିଁ ଉଦ୍ୟାନ କୃଷିବିଭାଗ !

0 396

ବୌଦ୍ଧ:- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ନୂତନ ଆମ୍ବବଗିଚା ସୃଷ୍ଟି ପାଇଁ ସରକାର ଉଦ୍ୟାନଚାଷୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ବୌଦ୍ଧଜିଲ୍ଲାରେ କିନ୍ତୁ ଏହି ସରକାରୀ ଯୋଜନା କେବଳ ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି । ଏହି ଯୋଜନାର ଅବଧି ୩ବର୍ଷ ରହିଥିଲେ ମଧ୍ୟ ବଗିଚାର ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନରେ ବିଭାଗର ସ୍ୱଚ୍ଛତା ରହୁନଥିବା ହିତାଧିକାରୀମାନେ ଅଭିଯୋଗ କରନ୍ତି ।
ଅଭିଯୋଗ ଅନୁଯାୟୀ ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଞ୍ଚାୟତର ଗିରାସିଙ୍ଗା ଗ୍ରାମର ୧୧ଜଣ ଚାଷୀଙ୍କୁ ନେଇ ୨୦୧୮ ମସିହା ଜୁଲାଇ ମାସରେ ୫.୪୦ ହେକ୍ଟର ଜମିରେ ଆମ୍ବ ବଗିଚା ସୃଷ୍ଟି କରାଯାଇଥିଲା । ଏହି ପ୍ରକଳ୍ପର ୨୪ ଲକ୍ଷ ୬୭ ହଜାର ଟଙ୍କା ରହିଥିଲା ।

hiring

ହିତାଧିକାରୀମାନଙ୍କ ଅଭିଯୋଗ ଅନୁଯାୟୀ ବୌଦ୍ଧ ଉଦ୍ୟାନ କୃଷି କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଛନ୍ତି । କିଛି ଚାଷୀଙ୍କୁ ୨୦୨୦ ମସିହା ଜାନୁଆରୀରୁ ଓ କିଛି ଚାଷୀଙ୍କୁ ୨୦୧୯ ମସିହା ନଭେମ୍ବର ମାସରୁ ଶ୍ରମିକମାନଙ୍କ ବକେୟା ପାରିଶ୍ରମିକ ଅର୍ଥ ପ୍ରଦାନ କରିନାହାନ୍ତି । ବଗିଚାକୁ ବାଡ ଦେବାପାଇଁ ତାରଜାଲି, ସ୍ପ୍ରିଙ୍କଲର୍ ପାଣି ପାଇପ, ଖତ ସାର, ଔଷଧ ଓ କୀଟନାଶକ ଆଦି ଯେତେ ପରିମାଣର ଦେବାପାଇଁ ପ୍ରକଳ୍ପରେ ଅଛି ତାଠାରୁ ବହୁତ କମ୍ ପରିମାଣର ଜିନିଷ ଯୋଗାଇ ଦେଉଥିବା ଦେଖିବାକୁ ମିଳୁଛି । ଜଣେ ଜଣେ ଚାଷୀଙ୍କୁ କୌଣସି ସାମଗ୍ରୀ ନଦେଇ କାଗଜପତ୍ରରେ ବିତରଣ କରାଯାଇଥିବା ଦର୍ଶାଯାଉଛି । ସାଦା କାଗଜରେ ହିତାଧିକାରୀମାନଙ୍କ ଠାରୁ ଦସ୍ତଖତ ନିଆଯାଇ ମନଇଚ୍ଛା ଲେଖି ହଡପ କରାଯାଉଥିବା ଅଭିଯୋଗ ହୁଏ । ହିତାଧିକାରୀମାନେ ସୂଚନା ଅଧିକାର ଆଇନ ଅନୁଯାୟୀ ଜିଲ୍ଲା ଉଦ୍ୟାନ କୃଷି କାର୍ଯ୍ୟାଳୟରେ ସୂଚନା ଆବେଦନକଲେ ମଧ୍ୟ ସୂଚନା ପ୍ରଦାନ କରାଯାଉନଥିବା ଅଭିଯୋଗ ହେଉଛି । ହିତାଧିକାରୀମାନେ ଯେଉଁ ଶ୍ରମିକଙ୍କୁ ଚିହ୍ନିନାହାନ୍ତି ସେହି ଶ୍ରମିକ ତାଙ୍କ ବଗିଚାରେ କାର୍ଯ୍ୟ କରିଥିଲା ବୋଲି ମାଷ୍ଟର ରୋଲ ତିଆରିକରି ଏମ୍‌ଜିଏନଆରଇଜିଏସ୍ ପାଣ୍ଠିରୁ ବିଲ୍ କରାଯାଉଥିବା ଦେଖିବାକୁ ମିଳୁଛି ।
ଗିରାସିଙ୍ଗା ଗ୍ରାମର କେବଳ ଏହି ଗୋଟିଏ ପ୍ରକଳ୍ପର କଥାନୁହେଁ ବରଂ ଜିଲ୍ଲାସାରା ଶହଶହ ପ୍ରକଳ୍ପରେ ଏପରି କରି କୋଟିକୋଟି ଟଙ୍କାର ସରକାରୀ ପାଣ୍ଠି ବିଭାଗୀୟ ଅଧିକାରୀମାନେ ବେଧଡକ ହରିଲୁଟ କରିଚାଲିଛନ୍ତି । ଚାଷୀମାନଙ୍କୁ ନାନାଦି ହଇରାଣ ହରକତ କରି ଅସୁବିଧାରେ ପକାଯାଉଥିବା ଅଭିଯୋଗ ହେଉଛି । ଏ ଦିଗରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟିଦେବାକୁ ହିତାଧିକାରୀମାନେ ଦାବି କରନ୍ତି ।

hiranchal ad1
Leave A Reply

Your email address will not be published.

8 − eight =