ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କାଦେଇ ବାଇକ ଚାଳକ ଗୁରୁତର

0 533

ବୌଦ୍ଧ:- ଗତକାଲି ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମପଞ୍ଚାୟତର ବଡବନ୍ଧ ଗାଁ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାତଳ ଗ୍ରାମର ପ୍ରକାଶ କୁମାର ରତ୍ନ (୪୦ବର୍ଷ) ପୁରୁଣାକଟକ ପଟୁ ନିଜଗ୍ରାମ କଟାତଳ ଅଭିମୁଖେ ଏକ ବାଇକ ଯୋଗେ ଫେରୁଥିଲେ । ଏହି ସମୟରେ ଲୁଣିବାହାଲ ଗ୍ରାମପଞ୍ଚାୟତର ବଡବନ୍ଧ ଗ୍ରାମ ନିକଟରେ ରାସ୍ତାପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରଲର ପଛପାଖରେ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ । ଫଳରେ ତାଙ୍କର ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ସଂପର୍କରେ ଅନୁସନ୍ଧାନ କରିଥିବା ଜଣାପଡିଛି । ପରେ ତାଙ୍କୁ ବୌଦ୍ଧ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିିଳିଛି ।

hiranchal ad1
Leave A Reply

Your email address will not be published.

six + nine =