ସୁସ୍ଥ ହୋଇ ଗୃହାବଦ୍ଧକୁ ଗଲେ ୨୧ କରୋନା ଆକ୍ରାନ୍ତ

0 1,124

ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଓ ବୌଦ୍ଧବ୍ଲକର ୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଆଜି ନିଜନିଜ ଘରକୁ ଫେରିଯାଇଛନ୍ତି । କରୋନା ସଂକ୍ରମିତମାନେ ଚିହ୍ନଟ ହେବାପରେ ସେମାନଙ୍କୁ ବୌଦ୍ଧ ପୁରୁଣା ଜେଲ୍ ଠାରେ ଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଥିଲା । ଆଜି ସେମାନେ ସୁସ୍ଥ ହେବାପରେ ମେଡିକାଲ ତରଫରୁୁ ପୁଷ୍ପଗୁଚ୍ଛ ଓ ଖାଦ୍ୟପ୍ୟାକେଟ ଦେଇ ବିଦାୟ ଦିଆଯାଇଥିଲା । ୪ଟି ଗାଡିରେ ସେମାନଙ୍କୁ ନିଜନିଜ ଘରକୁ ପ୍ରଶାସନ ତରଫରୁ ପଠାଯାଇଛି ।

hiring

ସମସ୍ତ ବ୍ୟକ୍ତି ଆଉ ୧୪ଦିନ ଲେଖାଏଁ ନିଜନିଜ ଘରେ ଗୃହାବଦ୍ଧରେ ରହିବାକୁ ପରାମର୍ଶ ଦିଆଯାଇଛି । ସେଥିପାଇଁ ସେମାନଙ୍କୁ ନିୟମିତ ବ୍ୟବଧାନରେ ହେଲଥ ଟିମ ଯାଇ ତଦାରଖ କରିବେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ, ଉପ-ଜିଲ୍ଲାପାଳ ଏନ.ସି ଜ୍ୟୋତିରଂଜନ ନାୟକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି କରତାଳି ଦେଇ ସେମାନଙ୍କୁ ବିଦାୟ ଦେଇଥିଲେ । ପରେପରେ ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଅତିଥି ଭାବେ ଯୋଗଦେଇ ନିୟୋଜିତ ସମସ୍ତ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 15 =