ବନ୍ଦେ ଉତ୍କଳ ଜନନୀ ଗାନ ସଚେତନତା ରାଲି

0 605

ବୌଦ୍ଧ: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଦେବାପାଇଁ ଆଜି ସନ୍ଧ୍ୟା ସାଢେ ୫ଟା ସମୟରେ ଓଡିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏଥିପାଇଁ ପ୍ରଶାସନ ତରଫରୁ ବୌଦ୍ଧ ସହରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରି ସହରବାସୀ କିଭଳି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଅଧିକରୁ ଅଧିକ ସଂଖ୍ୟାରେ ଗାନ କରିପାରିବେ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

hiring

ବୌଦ୍ଧ ଷ୍ଟାଡିୟମ, ଏନଏସିଛକ, ବସଷ୍ଟାଣ୍ଡ ଆଦି ବିଭିନ୍ନ ସ୍ଥାନରେ ସେଥିପାଇଁ ପ୍ରସ୍ତୁତି ଚାଲିଛି ।
ବନ୍ଦେ ଉତ୍କଳ ଜନନୀ ଗାନପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଆଜି ସକାଳ ୮ ଘଣ୍ଟା ସମୟରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ରାଲିର ଶୁଭାରମ୍ଭ କରିଥିଲେ

hiranchal ad1
Leave A Reply

Your email address will not be published.

five × 1 =