ଦେଶରେ ୩୦ଜୁନ୍ ଯାଏଁ ଲକଡାଉନ ବଢିଲା

0 166

ନୂଆଦିଲ୍ଲୀ : କରୋନା ସଂକଟରୁ ବର୍ତ୍ତିବା ପାଇଁ ଦେଶରେ ୫.୦ ଲକଡାଉନ ଲାଗୁ କରାଯାଇଛି । ଏହା ସର୍ତ୍ତମୂଳକ ଭାବେ ଆସନ୍ତା ୩୦ ଜୁନ ଯାଏ ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ଅଂଚଳରେ ଆର୍ଥିକ କାରବାର ଚାଲିପାରିବ । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଜାରି କରିଛି । ଗାଇଡଲାଇନ ଅନୁଯାୟୀ ଦେଶରେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବରତ୍ତର ରହିବ । ଜୁନ ପହିଲାରୁ ଦେଶରେ ବିଦେଶଯାତ୍ରା ବନ୍ଦ ରହିବ, ମେଟ୍ରୋ ଟ୍ରେନ୍ , ଜିମ, ସାଂସ୍କୃତିକ କାର୍ଯ୍ୟକ୍ରମ, ସୁଇମିଂ ପୁଲ ଆଦି ବନ୍ଦ ରହିବ । ୮ଜୁନରୁ ସପିଂମଲ, ରେଷ୍ଟୁରାଣ୍ଟ, ହୋଟେଲ ଓ ଧାର୍ମିକ ସ୍ଥଳ, ସେଲୁନ ଆଦି ସର୍ତ୍ତମୂଳକ ଭାବେ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ଜୁନ୍ ୮ ତାରିଖ ପରେ ସ୍କୁଲ, କଲେଜ ଖୋଲିବ କି ନାହିଁ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଗୋଟିଏ ରାଜ୍ୟ ଅନ୍ୟରାଜକୁ ବା ରାଜ୍ୟ ଭିତରେ କୌଣସି ସ୍ଥାନକୁ ଗଲେ ପାସର ଦରକାର ପଡିବ ନାହିଁ ।

hiranchal ad1
Leave A Reply

Your email address will not be published.

2 × 1 =