କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବାଲିଗୁଡ଼ାରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ

0 229

ବାଲିଗୁଡ଼ା: ମୁଖ୍ୟ ମନ୍ତ୍ରୀଙ୍କ ଅନୁରୋଧକ୍ରମେ କୋରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପାଞ୍ଚ ମିନିଟ୍ ପାଇଁ ସ୍ତବ୍ଧ ହୋଇଯାଇଥିଲା ଆଜି ସାରା ଓଡ଼ିଶା । ଗାଁ ଠୁ ସହର ସବୁଠି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ସ୍ବରରେ କମ୍ପିଥିଲା । କରୋନା ଉତ୍ସାହିତ କରିବା ସହ ମନୋବଳ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଆଜି ସମ୍ମାନ ଜଣାଛି ସାରା ରାଜ୍ୟ । କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିଛନ୍ତି ଅଞ୍ଚଳବାସୀ ।

hiring

ବାଲିଗୁଡ଼ା ମେଡିକାଲ୍ ଛକ ନିକଟରେ ଅଟୋ ମହାସଂଘ ଓ ହେଲ୍ପ ଗୃପ୍ ପକ୍ଷରୁ କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିବା ବେଳେ ବାଲିଗୁଡ଼ା ପୋଲିସ୍, ତୁମୁଡ଼ିବନ୍ଧ ପୋଲିସ୍, ଦାରିଙ୍ଗିବାଡ଼ି ପୋଲିସ୍ ମଧ୍ୟ ଥାନା ପରିସରରେ ପାଞ୍ଚ ମିନିଟ୍ ପାଇଁ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିଛନ୍ତି ସମସ୍ତ ଅଫିସର ଓ କର୍ମଚାରୀ । ଏହି ଯୋଦ୍ଧା ମାନେ ରାଜ୍ୟରେ ଦୃଢ଼ତାର ସହ ମହାମାରୀ କରୋନାର ମୁକାବିଲା କରୁଥିବାରୁ ରାଜ୍ୟବାସୀ ଆଜି ବନ୍ଦେ ଉତ୍କଳଜନନୀ ସଙ୍ଗୀତ ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

3 + two =