ବୌଦ୍ଧ ଜିଲ୍ଲାର ସବୁ କରୋନା ସଂକ୍ରମିତ ସୁସ୍ଥ ହେଲେ

0 462

ବୌଦ୍ଧ : ବୌଦ୍ଧ ଜିଲ୍ଲାର ୩୩ ଜଣ କରୋନା ସଂକ୍ରମିତ ପର୍ଯ୍ୟାୟକ୍ରମେ ସୁସ୍ଥ ହୋଇ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କିଛି ଦିନ ତଳେ ପ୍ରଥମ ପର୍ଯ୍ୟାୟରେ ୩ଜଣ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଜଣେ ଲେଖାଏଁ ଓ ଆଜି ବାକି ସମସ୍ତ ୨୮ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଯିବା ବୌଦ୍ଧ ପାଇଁ ଆଶ୍ୱସ୍ଥି ଆଣି ଦେଇଛି । ପୂର୍ବରୁ ୩ଟି ପର୍ଯ୍ୟାୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ସମସ୍ତେ ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଏବେ ନିଜ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନରେ ରହୁଛନ୍ତି । ସେହିଭଳି ଏକକାଳୀନ ଆକ୍ରାନ୍ତ ହୋଇଥିବା ୨୮ଜଣ କରୋନା ରୋଗୀ ଆଜି ଏକା ସମୟରେ ସୁସ୍ଥ ହୋଇଥିବା ଜଣାପଡିଛି । ଆଜି ସୁସ୍ଥ ହୋଇଥିବା ୨୮ଜଣଙ୍କ ମଧ୍ୟରୁ ସମ୍ କୋଭିଡ ହସ୍ପିଟାଲରେ ୭ଜଣ ଚିକିତ୍ସିତ ହେଉଥିବା ବେଳେ ୨୧ଜଣ ବୌଦ୍ଧ ପୁରୁଣା ଜେଲରେ ଖୋଲାଯାଇଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସମସ୍ତ ୨୮ଜଣଙ୍କୁ ସେମାନଙ୍କର ଘରମାନଙ୍କରେ ୧୪ଦିନ ଲେଖାଏଁ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

16 − six =