ବୌଦ୍ଧରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ

0 719

ବୌଦ୍ଧ: ବୌଦ୍ଧଜିଲ୍ଲା ସଦର ମହକୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସନ୍ଧ୍ୟା ୫ଘ. ୩୦ ମିନିଟ ସମୟରେ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସଂକଳ୍ପକୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

ବୌଦ୍ଧଜିଲ୍ଲା ଷ୍ଟାଡିୟମ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି.ରଘୁନାଥ ରାଓ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ, ଉପ ଜିଲ୍ଲାପାଳ ଏନ.ସି ଜ୍ୟୋତି ରଞ୍ଜନ ନାୟକ, ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କଅଁରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

hiring

ସେହିପରି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରେସକ୍ଲବ ତରଫରୁ, ବୌଦ୍ଧ ସହର ବୁଟୁପାଲି ହାଇସ୍କୁଲ ପଡିଆ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ, ବାଉଁଶୁଣୀ ଜମଘାଟି ଅଙ୍ଗନୱାଡି କେନ୍ଦ୍ର -୧ ପକ୍ଷରୁ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ସଦସ୍ୟମାନେ ନିଜନିଜ ଅନୁଷ୍ଠାନ ସମ୍ମୁଖରେ ସମ୍ମିଳିତ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

hiranchal ad1
Leave A Reply

Your email address will not be published.

20 + six =