୮୪୧ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି

0 77

ଅମୃତସର: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ଭାରତ ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଚଳାଚଳକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି । ହେଲେ ବିମାନ ଉଡାଣ ଉପରେ ରୋକ ଲାଗିବା ପୂର୍ବରୁ ବ୍ରିଟେନରୁ ଭାରତ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଠାବ କରିବାକୁ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କୁ ଠାବ କରାଯାଇଥିବା ବେଳେ ପଞ୍ଜାବର ଅମୃତସରକୁ ଆସିଥିବା ୮୪୧ ଯାତ୍ରୀଙ୍କ ପତ୍ତା ମିଳୁନାହିଁ । ଏହି ଯାତ୍ରୀମାନଙ୍କ ବିଷୟରେ ସରକାର କି ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ ।
ନିକଟରେ ୧୫୫୦ ଜଣ ଯାତ୍ରୀ ବ୍ରିଟେନରୁ ଆସି ଅମୃତସର ବିମାନବନ୍ଦରରେ ପହଞ୍ଚିଥିଲେ । ଏବେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଜଣାପଡିବା ପରେ ସେମାନଙ୍କୁ ଠାବ କରିବାକୁ ପଞ୍ଜାବ ସରକାର ତତ୍ପର ହୋଇଛନ୍ତି । ଏନେଇ ପଞ୍ଜାବ ସରକାର ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ବିମାନବନ୍ଦର କର୍ତ୍ତୁପକ୍ଷ ମାତ୍ର ୭୦୯ ଜଣ ଯାତ୍ରୀଙ୍କର ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାରେ ସଫଳ ହୋଇଛି ।

hiranchal ad1
Leave A Reply

Your email address will not be published.

17 − ten =