୨୭ରୁ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ : ଆଇପିଏସ୍‌ଙ୍କ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ବିପିନ ରାୱତ ସମ୍ବୋଧିତ କରିବେ

0 51

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ୬୨ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଭାରତର ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ ବିପିନ୍ ରାୱତ ଆଇପିଏସ୍‌ମାନଙ୍କୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ଇଣ୍ଟରପୋଲର ନିର୍ଦ୍ଦେଶକ ଏମ୍‌ଏମ୍ ଓବରାଇ ସାଇବର କ୍ରାଇମ୍ ରଣକୌଶଳ ଉପରେ ଅଭିଭାଷଣ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସଶସ୍ତ୍ର ବାଟାଲିଆନ୍‌ର କମାଣ୍ଡାଣ୍ଟ ରେଞ୍ଜ ଆଇଜି ପ୍ରଶୀକ୍ଷଣ ନେଇଥିବା ଆଇପିଏସ୍ ଅଧିକାରୀ ଏବଂ ସମସ୍ତ ପୋଲିସ ପ୍ରତିଷ୍ଠାନ ତଥା ହୋମଗାର୍ଡ, ଭିଜିଲାନ୍ସ, ଜେଲବିଭାଗ, ପୋଲିସ କଲ୍ୟାଣ ବିଭାଗର ଅଧିକାରୀ ବୃନ୍ଦମାନେ ଅଂଶଗ୍ରହଣ କରିବେ । ସମ୍ମିଳନୀରେ ଆଇନଶୃଙ୍ଖଳା ପରିସ୍ଥିତି, ରାଜ୍ୟରେ ଅପରାଧ ସ୍ଥିତି, ନିଶାଦ୍ରବ୍ୟ ଚୋରାଚାଲାଣ, ସଡକ ନିରାପତ୍ତା ଆଦି ବିଷୟରେ ଆଲୋଚନା ହେବ । କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶଗ୍ରହଣ କରିବେ ବୋଲି ଆଜି ଏଡିଜିପି ଆଇନ୍‌ଶୃଙ୍ଖଳା ୱାଇକେ ଜେଠୱା ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one + six =