ବିଜେଡିର ନୂଆ ମିଡିଆ ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଡ. ଅଚ୍ୟୁତ ସାମନ୍ତ ହେଲେ ଜାତୀୟ ମୁଖପାତ୍ର

0 724

ଭୁବନେଶ୍ୱର: ବିଜୁଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ନୂଆ ମିଡିଆ ଟିମ୍‌କୁ ଅନୁମୋଦନ ଦେଇଛନ୍ତି । ଦଳୀୟ ପ୍ୟାଡରେ ଗଣମାଧ୍ୟମ ବ୍ୟାପାର ବୁଝୁଥିବା ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଜାତୀୟ ମୁଖପାତ୍ର ଭାବେ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀଙ୍କ ନିଯୁକ୍ତିକୁ ଅନୁମୋଦନ ଦିଆଯାଇଛି । ସେହିଭଳି ରାଜ୍ୟ ସ୍ତରରେ ମୁଖପାତ୍ର ଭାବେ ୧୬ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ପ୍ରତାପ କେଶରୀ ଦେବ, ଚନ୍ଦ୍ର ଶେଖର ସାହୁ, ରମେଶ ଚନ୍ଦ୍ର ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ବୌମ୍ୟକେଶ ରାୟ, ରାସେଶ୍ୱରୀ ପାଣିଗ୍ରାହୀ, ଅନୁଭବ ପଟ୍ଟନାୟକ, କସ୍ତୁରୀ ମହାପାତ୍ର, ଲୋପାମୂଦ୍ରା ବକ୍ସିପାତ୍ର, ଲେନୀନ୍ ମହାନ୍ତି, ସଞ୍ଜୟ ବାବୁ, ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ର, ଚୀନ୍ମୟ ସାହୁ, ଏଲିନା ଦାସ, ହରୀଶ ଚୌଧୁରୀ । ସେହିଭଳି ପ୍ୟାନେଲିଷ୍ଟ ଭାବରେ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ, ଓଁ ପ୍ରକାଶ ସାହୁ, ମୁଧୁସ୍ମିତା ନାୟକ, ଇପ୍‌ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡା, ସୋଫିୟା ଆଲାମ୍‌, ତୁମ୍ବନାଥ ପଣ୍ଡା, ପ୍ରଶାନ୍ତ ସାହୁ, ଅମିତ୍ ମଲ୍ଲିକ, ମିନାକ୍ଷୀ ମିଶ୍ର, ସ୍ମୃତି ନନ୍ଦ, ଛବି ମାହାଲି ନିଯୁକ୍ତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =