ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ, ଅସିତ ଓ ପ୍ରଦୀପଙ୍କୁ ମିଳିଲା ଏହି ଦାୟିତ୍ୱ

0 76

ଭୁବନେଶ୍ୱର: ବଡଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେହିଭଳି ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପଦରେ ଥିବା ଅସିତ୍ ତ୍ରିପାଠୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଚଳିତ ମାସ ୩୧ ତାରିଖରେ ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ସୁଚିବ ପଦବୀରୁ ଅବସର ନେବାପରେ ବିକାଶ ପରିଷଦର ଦାୟିତ୍ୱ ଗ୍ରହଣ କରିବେ । ଅନ୍ୟପକ୍ଷରେ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପଦରେ ଥିବା ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନର ମୁଖ୍ୟଶାସନ ସଚିତବ ଅସିତ୍ ତ୍ରିପାଠୀଙ୍କ କାର୍ଯ୍ୟକାଳ ଚଳିତ ମାସ ୩୧ ତାରିଖ ଦିନ ଶେଷ ହେଉଥିଲେ ମଧ୍ୟ ଏହା ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବିପଣନ ଓ ଶୀଳ୍ପର ପ୍ରମୁଖ ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସୁରେଶ ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ପାଇପାରନ୍ତି ବୋଲି “ହୀରାଞ୍ଚଳ’ ଦୈନିକ ଖବର କାଗଜରେ ଗତ ସପ୍ତାହରେ ପ୍ରକାଶ ପାଇଥିଲା ।

hiranchal ad1
Leave A Reply

Your email address will not be published.

two × five =