ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସ୍ପିଟାଲରେ ଭର୍ତ୍ତି

0 56

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ଆଜି ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ରକ୍ତଚାପ ସାଂଘତିକ ଭାବେ ବଢ଼ିବା ଓ କମିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ହାଇଦ୍ରାବାଦରେ ଥିବା ଆପୋଲୋ ହସ୍ପିଟାଲର ସ୍ୱତନ୍ତ୍ର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି।ରିପୋର୍ଟ ଲେଖା ହେବା ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରୁଛନ୍ତି। ତାଙ୍କ ରକ୍ତ ଚାପ ସ୍ଥିର ହେବା ପରେ ହିଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ତାଙ୍କ ଶରୀରରେ ଆଉ କୌଣସି ଲକ୍ଷଣ ନାହିଁ।

hiranchal ad1
Leave A Reply

Your email address will not be published.

one × one =