୧୯ରେ କାର୍ଯ୍ୟକ୍ଷମ ହେବ ସମ୍ବଲପୁର କୋଭିଡ୍ ହସ୍ପିଟାଲ

0 116

ସମ୍ବଲପୁର : ଏଠାକାର ଜିଲ୍ଲା ସଦର ହସ୍ପିଟାଲକୁ ଏକ କୋଭିଡ୍ ହସ୍ପିଟାଲ୍ ରୂପେ ପରିବର୍ତ୍ତନ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଦାଏର ମାମଲାର ଗତକାଲି ପ୍ରଥମ ଶୁଣାଣି ହୋଇଥିଲା । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଂଜୁ ପଣ୍ଡା ଓ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ପ୍ରାଥମିକ ଶୁଣାଣି ଭିଡ଼ିଓ କନଫରେନ୍ସ ଜରିଆରେ କରିଥିଲେ ଓ ପରବର୍ତ୍ତୀ ଶୁଣାଣି ପାଇଁ ଆଗାମୀ ମଇ ୪ ତାରିଖ ଦିନ ଧାର୍ଯ୍ୟ କରିଛନ୍ତି । ଏହି ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜ୍ୟ ସରକାରଙ୍କୁ ତାଙ୍କର ପକ୍ଷ ପ୍ରସ୍ତୁତ କରିବା ପାଇଁ ଖଣ୍ଡପୀଠ ପକ୍ଷରୁ ନିର୍ଦ୍ଦେଶ କରାଯାଇଛି । ପ୍ରଥମ ଶୁଣାଣିରେ ଗତକାଲି କୌଣସି ରହିତାଦେଶ ଜାରି କରିବା ପାଇଁ ବାରଣ କରିବା ପରେ ସମ୍ବଲପୁର କୋଭିଡ୍ ହସ୍ପିଟାଲକୁ କାର୍ଯ୍ୟକାରୀ କରିବା ପାଇଁ ଆଉ କିଛି ଗତିରୋଧ ରହିଲା ନାହିଁ । ଅପରପକ୍ଷରେ, କାଲି ସନ୍ଧ୍ୟାରେ ସେଠାରେ ଆଗେଇଥିବା କାର୍ଯ୍ୟସମୀକ୍ଷା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗାମୀ ୧୯ରେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପ୍ରମୁଖ ସଚିବ ଓ ୫ଟି ସଚିବ ଭିକେ ପାଣ୍ଡିୟାନ୍ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ସୁରେଶ ମହାପାତ୍ର ଏହାର କାର୍ଯ୍ୟ ସମୀକ୍ଷା କରିଥିଲେ ଓ ଏହି ବୈଠକରେ ଜିଲ୍ଲାପାଳ ଶୁଭମ୍ ସକ୍‌ସେନାଙ୍କ ସହିତ ଡିଆଇଜି ହିମାଂଶୁ ଲାଲ, ଏସପି କେଭି ସିଂହ ଉପସ୍ଥିତ ରହି ଏହାର ଅଗ୍ରଗତି ବିଷୟରେ ବୁଝାଇଥିଲେ ।

hiranchal ad1
Leave A Reply

Your email address will not be published.

eleven − three =