କରୋନା ମୁକାବିଲା ପାଇଁ ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକ ଶେଷ, ଅଧିକ ଲୋକବଳ ଓ ଚିକିତ୍ସା ସୁବିଧା ବଢ଼ାଇବା ଉପରେ ଗୁରୁତ୍ୱ

0 130

ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । କରୋନା ମୁକାବିଲା ନେଇ ଏହି ମନ୍ତ୍ରୀସ୍ତରୀୟ ବୈଠକ ଶେଷ ହେବା ପରେ ବୈଠକ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଅଧିକ କରୋନା ଟେଷ୍ଟ ପାଇଁ ଲାବ୍ରୋଟୋରୀ ବଢ଼ାଇବା ସହିତ ଟ୍ରେନିଂ ଓ ଚିକିତ୍ସା ବ୍ୟବସ୍ଥା ବଢ଼ାଇବା ଦିଗରେ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୫୩ ହଜାର ଅଙ୍ଗନୱାଡ଼ି ଆଶାକର୍ମୀଙ୍କୁ ତାଲିମ୍ ଦିଆଯାଇ କାର୍ଯ୍ୟରେ ନିୟୋଜିତ କରାଗଲାଣି । ଆଉ ଅଧିକ ଲୋକବଳ ବଢ଼ାଇ କରୋନା ମୁକାବିଲାକୁ ସମାପନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ କ୍ୟାବିନେଟ୍ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ନବକିଶୋର ଦାସ, ପ୍ରତାପ ଜେନା, ଟୁକୁନି ସାହୁ ପ୍ରମୁଖ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 4 =