ହ୍ୱାଟସ୍‌ଆପ୍ ଗ୍ରୁପ୍ ମାଧ୍ୟମରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦିଆଯିବ ଶିକ୍ଷା

0 101

ଭୁବନେଶ୍ୱର : କରୋନାର ଭୟାବହତାକୁ ଦେଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ ଓ କଲେଜ୍‌ଗୁଡ଼ିକୁ ଆସନ୍ତା ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ସାଧାରଣତଃ ଅପ୍ରେଲ୍ ପହିଲାରୁ ଗୋଟିଏ ମାସ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇଥାଏ ଓ ମଇ ମାସରୁ ଜୁନ୍ ୧୭ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ପ୍ରଦାନକରାଯାଇଥାଏ । ତେବେ ଚଳିତ ବର୍ଷ ଗତ ଶିକ୍ଷା ବର୍ଷ ଶେଷ ନହେଉଣୁ, ଏପରିକି ବାର୍ଷିକ ପରୀକ୍ଷା ଶେଷ ନହେବା ପୂର୍ବରୁ କରୋନା ରାଜ୍ୟରେ ସାଙ୍ଘାତିକ ରୂପ ଦେଖାଇଥିଲା । ଯାହା ଏପର୍ଯ୍ୟନ୍ତ ଜାରି ରହିଛି । ଏହି କାରଣରୁ ରାଜ୍ୟରେ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ରଜ୍ୟା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଥିବା ଅଭିଭାବକମାନଙ୍କୁ ହ୍ୱାଟସଆପ୍ ଜରିଆରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ପାଇଁ ବ୍ୟବସ୍ଥା କରୁଛନ୍ତି । ପିଲାମାନେ ନାମ ଲେଖାଇଲା ବେଳେ ଯେଉଁ ଟେଲିଫୋନ୍ ନମ୍ବର ଦେଇଥିଲେ ଏହାକୁ ହ୍ୱାଟସଆପ୍ ଗ୍ରୁପରେ ଯୋଡ଼ାଯାଇଛି । ଯେଉଁମାନଙ୍କର ଆଣ୍ଡଏଡ୍ ସେଟ୍ ନାହିଁ ସେଭଳି ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଆଜି କହିଛନ୍ତି ଯେ, ହ୍ୱାଟସ୍‌ଆପ୍ ଗ୍ରୁପ୍ ଜରିଆରେ ପାଠପଢ଼ା ଆରମ୍ଭ ହେବା ପରେ ବଳକା ଛାତ୍ରଛାତ୍ରୀଙ୍କ ପାଇଁ ଘରେ ଘରେ ବହି ପହଞ୍ଚାଇବାର ବ୍ୟବସ୍ଥା କରାଯିବ । ପ୍ରକାଶଥାଉକି, ସିବିଏସ୍‌ଇ ଓ ଆଇସିଏସଇ ବୋର୍ଡ଼ ଅଧିନରେ ପାଠ ପଢ଼ୁଥିବା ମାଧ୍ୟମିକ, ଉଚ୍ଚମାଧ୍ୟମିକ ଛାତ୍ରଛାତ୍ରୀମାନେ ଏବେ ସ୍କୁଲ ଛୁଟିଥିଲେ ମଧ୍ୟ ଅନ୍‌ଲାଇନ୍ ଶିକ୍ଷା ଗ୍ରହଣ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

one × 3 =