ପ୍ରତି ୧୫ ଦିନରେ ଡାକ୍ତରଙ୍କର ହେବ ସ୍ୱାବ ପରୀକ୍ଷା

0 86

ଭୁବନେଶ୍ୱର: କରୋନା ସନ୍ଦିଗ୍ଧ ଓ କରୋନା ରୋଗୀଙ୍କ ପାଇଁ ନିୟୋଜିତ ଡାକ୍ତର, ନର୍ସ, ସେବିକା ଓ ସ୍ୱାସ୍ଥ୍ୟକର୍ମୀଙ୍କର ପ୍ରତି ୧୫ ଦିନରେ ଥରେ ସ୍ୱାବ୍ ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ୧୭୦ଟି ହଟସ୍ପଟ୍ ଜୋନ୍ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଆସିଥିବାରୁ ଏହି ଜିଲ୍ଲାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କର ବାଧ୍ୟତାମୂଳକ ସ୍ୱାବ ଟେଷ୍ଟ କରାଯିବ । ଯଦି ସେମାନଙ୍କର ପଜିଟିଭ୍ ବାହାରେ, ତେବେ ସେମାନଙ୍କୁ ୧୪ ଦିନ ପାଇଁ ଆଇସୋଲେସନରେ ରହିବା ପାଇଁ ପଠାଯିବ । ପୁନର୍ବାର ସେମାନଙ୍କର ଟେଷ୍ଟ ବେଳେ ଯଦି ନେଗେଟିଭ୍ ଆସେ ତେବେ ସେମାନଙ୍କୁ ପୁଣି କାର୍ଯ୍ୟରେ ଯୋଗ ଦେବା ପାଇଁ କୁହାଯିବ । ଉଲ୍ଲେଖଯୋଗ୍ୟ ଯେ, ଆମ ରାଜ୍ୟରେ ଗତ ମାର୍ଚ୍ଚ ୧୫ ତାରିଖରୁ ଏପର୍ଯ୍ୟନ୍ତ କରୋନା ରୋଗୀଙ୍କର ସେବାରେ ନିୟୋଜିତ ଥିବା ଡାକ୍ତରମାନଙ୍କ ମଧ୍ୟରୁ ଅନେକ ନିଜର ଘରକୁ ପରିବାର ଲୋକଙ୍କୁ ସଂକ୍ରମଣ ଡେଇଁବା ନେଇ ଯାଉ ନାହାଁନ୍ତି । ଏଭଳି ଜଣାପଡ଼ିବା ପରେ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ନିଜକୁ ସନ୍ଦେହମୁକ୍ତ ରଖିବା ପାଇଁ ସ୍ୱାବ ଟେଷ୍ଟର ଆବଶ୍ୟକତା ପଡିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

9 − 1 =