ମାଁ ମାଉଳୀ ଯୁବକ ସଂଘ ତରଫରୁ ମାସ୍କ ବଣ୍ଟନ

0 98

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ର ବେଲାଦୁଲା ଗ୍ରାମ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ତରଫରୁ ସାଧାରଣ ଲୋକଙ୍କ ପାଇଁ କାମ କରୁଥିବା , ସୁରକ୍ଷା ଯୋଗାଉଥିବା କର୍ମଚାରୀ , କୋରନା ପାଇଁ କାମ କରୁଥିବା କର୍ମଚାରୀ ଯଥା :- ଆଠମଲ୍ଲିକ ଥାନା ଅଧିକାରୀ , ଆଠମଲ୍ଲିକ ବନଖଣ୍ଡ ଅଧିକାରୀ , କିଆକଟା ଥାନା , ସାମ୍ବାଦିକ ମାନଙ୍କୁ , ଆଠମଲ୍ଲିକ MGNRGA STAFF , , ଆଦି ସମସ୍ତ କର୍ମଚାରୀ ଓ ବେଲାଦୁଲା , କନ୍ଧପାଲି , ବିଜିପୁର , ତେଣ୍ଠେଇ ପାଲି , ଲୁହସିଙ୍ଗା ଆଦି ଗ୍ରାମ ର କିଛି ଅସହାୟ , ଗରିବ ଓ ଯୁବ ଗୋଷ୍ଠୀ ଙ୍କୁ ଅନୁଷ୍ଠାନ ତରଫରୁ ଗତ କାଲି ଠାରୁ ମାଗଣା ରେ ମାସ୍କ ବଣ୍ଟନ କରାଯାଇଛି ।

hiring

ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ତଥା ଅନୁଷ୍ଠାନ ଉପଦେଷ୍ଟା ଏହା ନିଜେ ସିଲେଇ କରି ବାଣ୍ଟୁ ଛନ୍ତି । ଦଶ ବର୍ଷ ତଳେ ଶିଖିଥିବା ସିଲେଇ ବର୍ତ୍ତମାନ କାମରେ ଆସୁଛି ବୋଲି ପ୍ରତାପ ମେହେର କହିଛନ୍ତି । ନିଜର କୌଣସି ସିଲେଇ ମେସିନ ନାହିଁ , ଗାଁ ରୁ ମେସିନ ମାଗି ସିଲେଇ କରି ଦେଉଛନ୍ତି । ସିଲେଇ କାମ ଏପରି ଜରୁରୀ ପରିସ୍ଥିତି ରେ କାମରେ ଆସିବ ଜାଣି ନଥିଲି , ଏଥି ପାଇଁ ମୋତେ ୧୦ ବର୍ଷ ତଳେ ସିଲେଇ ସିଖେଇଥିବା ମୋ ଭିଣେଇ ନରେନ୍ଦ୍ର ମେହେର ଙ୍କୁ ଧନ୍ୟବାଦ ଜଣାଉଛି । ୧୦ ଦିନରେ ୩୦୦ ମାସ୍କ ତିଆରି କରି ସମସ୍ତଙ୍କୁ ଦିଆ ଯାଉଛି । ଏଥିରେ ଅନୁଷ୍ଠାନ ର ରାଜୀବ ମେହେର , କୌଶିକ ମେହେର , ପ୍ରଦୀପ ମେହେର , ଦୁଃଖୀ ଶ୍ୟାମ ମେହେର , ସୁନିଲ ମେହେର , ସରୋଜ ମେହେର , ପ୍ରଫୁଲ୍ଲ ମେହେର , ପ୍ରମୁଖ ସାହାଯ୍ୟ ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

two × two =