ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ୨୦୦ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର

0 242

ସୋନପୁର: କରୋନା ସଂକ୍ରମଣକୁ ଦୃଢ ମୁକାବିଲା ପାଇଁ ଗତକାଲି ସୁବର୍ଣ୍ଣପୁରର ହିକୁଡିଠାରେ ଥିବା ସରକାରୀ ଆଇଟିଆଇ ପରିସରରେ ଜିଲ୍ଲାର କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଆଜିଠାରୁ ଆରମ୍ଭ ହୋଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଘୋଷଣା କରିଛନ୍ତି । ଏଥିପାଇଁ ଆୟୋଜିତ ବୈଠକରେ ସେ ବିସ୍ତୃତ ସୂଚନା ପ୍ରଦାନ କରିବା ସହ ଏହି କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୨୦୦ ଶଯ୍ୟା ରହିଥିବାବେଳେ ୧୪୫ ଆଇସୋଲେସନ ବେଡ ସହ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପାଇଁ ୪୬ଟି ଶଯ୍ୟା ରହିଛି । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ୫୦ଟି ନେବୋଲାଇଜର ସହ ୫୦ଟି ଅକ୍ସିଜେନ କନ୍ସନଷ୍ଟ୍ରେଟର ରହିଥିବା ସେ ସୂଚନା ଦେଇଛନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଜଣ ଭେଷଜ ବିଶେଷଜ୍ଞ ଡାକ୍ତରଙ୍କ ସହ ଜଣେ ପୁନମୋନଲୋଜି ମେଡିସିନ କନସଲଟେଣ୍ଟ ଡାକ୍ତର ରହିବାର ବ୍ୟବସ୍ଥା ରହିଛି ।

hiring

ସେହିପରି ସଫେଇ ଓ ସୁରକ୍ଷା କର୍ମଚାରୀଙ୍କ ସମେତ ୧୦୫ଜଣ ଷ୍ଟାଫନର୍ସ, ୨୩ଜଣ ଟେକ୍ନିସିଆନ ଓ ୯ଜଣ ଫର୍ମାସିଷ୍ଟ ରହିବାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନା ପାଇଁ ଜିଲ୍ଲା ନିୟୋଜନ ଅଧିକାରୀ ସର୍ମିଷ୍ଟା ଧଳଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ଦେଇଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫାର୍ମାସିଷ୍ଟ ତାରିଣୀ ପାତ୍ର ପରିଚାଳକ ଭାବେ ଦାୟିତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶରତଚନ୍ଦ୍ର ପଣ୍ଡା ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଦିଲ୍ଲୀପ କୁମାର ପଣ୍ଡା, କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ.ପ୍ରଦୀପ ଗୁରୁ, ସୋନପୁର ତହସିଲଦାର ଅରବିନ୍ଦ ବେହେରା, ଜିଲ୍ଲା ଜରୁରୀକାଳିନ ଅଧିକାରୀ ମୁକ୍ତେଶ୍ୱର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହରିଚରଣ ମିଶ୍ର, ଜିଲ୍ଲା କରୋନା ନୋଡାଲ ଅଫିସର ଡ.ନବକିଶୋର ବେହେରା, ମିଶନ ଶକ୍ତି ଜିଲ୍ଲା ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକ, ଭେଷଜ ବିଶେଷଜ୍ଞ ଡ. ଜିତାରାମ ବିଦ୍‌, ଡ. ନରେନ୍ଦ୍ର କୁମାର ମେହେର, ଦୁର୍ଗାଦତ୍ତ ଦାସ ପ୍ରମୁଖଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ନର୍ସ ଓ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two + 13 =