ଢେଙ୍କାନାଳ ଯୁବ ବିଜେଡିର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨ଲକ୍ଷ ୬ହଜାର ଟଙ୍କା ସହାୟତା ପ୍ରଦାନ

0 74

ଢେଙ୍କାନାଳ : ମହାନ ଜନନାୟକ, ପ୍ରବାଦ ପୁରୁଷ, ଆଧୁନିକ ଓଡିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ତଥା ଢେଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ପ୍ରେରଣାରେ ଅନୁପ୍ରାଣୀତ ହୋଇ କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଜରିଆରେ ଆଜି ୨ଲ କ୍ଷ ୬ହଜାର ଟଙ୍କାର ଡିମାଣ୍ଡଡ୍ରାଫ୍ଟକୁ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଧର୍ମାନନ୍ଦ ପରିଡା ପ୍ରଦାନ କରିଛନ୍ତି । ଏହି ଅବସରରେ ବିଜେଡିର ଉପସଭାପତି ବିନୋଦ କୁମାର ମହାନ୍ତି, ଶ୍ରୀକାନ୍ତ ଧଳ, ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ରଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ସାରା ଦେଶରେ ଲକଡାଉନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ଅସହାୟ ବ୍ୟକ୍ତି ତଥା ଜାତୀୟ ରାଜପଥରେ ଯାତାୟତ କରୁଥିବା ଅତ୍ୟାବଶ୍ୟକ ଗାଡିର ଡ୍ରାଇଭର ଓ ତାଙ୍କ ସହଯୋଗୀ ଏବଂ ବିପଦରେ ପଡିଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ, ମାସ୍କ, ପାଣି ବୋତଲ ଯୋଗାଇ ଦିଆଯାଉଛି । ଗାଈଗୋରୁ, ଷଣ୍ଢ, କୁକୁର ମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଲକଡାଉନ ବଳବତ୍ତର ଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଚାଲିରହିବ ବୋଲି ଯୁବ ବିଜେଡି ସଭାପତି ଶ୍ରୀ ପରିଡା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven − 4 =