କୋଲ ସ୍କାମ୍ ପ୍ରସଂଗ : ୨୬କୁ ଘୁଞ୍ଚିଲା ଦଣ୍ଡ ଶୁଣାଣି

0 68

ଭୁବନେଶ୍ୱର: ପୂର୍ବତନ କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ କୋଲ୍ ସ୍କାମ ଦୁର୍ନୀତି ଘଟଣାର ଦଣ୍ଡ ଶୁଣାଣିକୁ ଆସନ୍ତା ୨୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଦଣ୍ଡବିଧାନ ଦିନ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ୩ ଦୋଷୀ ଅଧିକାରୀ କୋର୍ଟରେ ଉପସ୍ଥିତି ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଗାଇଡଲାଇନ ପାଳନ କରି ସମସ୍ତ ଦୋଷୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ । ଝାଡ଼ଖଣ୍ଡର ଏକ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେହିପରି ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ । ସେହିପରି କାଷ୍ଟନ୍ ଟେକନୋଲଜି ଲିମିଟେଡ୍‌, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଏବଂ କାଷ୍ଟନ୍ ମାଇନିଂ ଲିମିଟେଡକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × two =