ଆମ ଦଳରେ ଦକ୍ଷତାର ଅଭାବ ନାହିଁ: ସାମି

0 64

ଦୁବାଇ : ଚଳିତ ଆଇପିଏଲ୍‌ରେ କିଙ୍ଗିସ୍ ଏକାଦଶ ପଞ୍ଜାବର ସ୍ଥିତି ଶୋଚନୀୟ ରହିଛି । ଆରମ୍ଭରୁ କେତୋଟି ମ୍ୟାଚ୍‌ରେ ଏହା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଥିଲା । ଏବେ ଦଳ ପଏଣ୍ଟ ଟେବୁଲ୍‌ର ନିମ୍ନଭାଗରେ ରହିଛି । ତେବେ ଏହି ବିପର୍ଯ୍ୟୟର ଅର୍ଥ ଏହା ନୁହେଁ ଯେ, ଦଳରେ ଦକ୍ଷତାର ଅଭାବ ରହିଛି । ଦଳରେ ବହୁତ ଭଲ ଓ ଦକ୍ଷ ଖେଳାଳି ଅଛନ୍ତି । ହାରିବା ଓ ଜିତିବା ଖେଳର ଦୁଇଟି ପାଶ୍ୱର୍ ବୋଲି ପେସର ମହମ୍ମଦ ସାମି କହିଛନ୍ତି । ପଞ୍ଜାବର ପ୍ରଦର୍ଶନ ନେଇ ପ୍ରତିକ୍ରିୟା ରଖିବା ବେଳେ ସେ ଗଣମାଧ୍ୟମକୁ କହିଥିଲେ ଯେ, ଭାରତର ଆସନ୍ତା ଅଷ୍ଟ୍ରେଲିଆ ଗସ୍ତ ଭଲ ହେବ । ଏହି ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ୍ ପାଇଁ ଏକ ଭଲ ଖବର ହେଉଛି ଯେ, ଜସପ୍ରୀତ୍ ବୁମ୍ରା ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ଯେତେବେଳେ ଜଣେ କ୍ରିକେଟର ଭଲ ବୋଲିଂ ଓ ଭଲ ଫର୍ମରେ ରହିଥାନ୍ତି, ସେତେବେଳେ ଆତ୍ମବିଶ୍ୱାସ ଉଚ୍ଚ ରହିଥାଏ । ଖେଳାଳିର ଖେଳୁଆଡ଼ ମନୋଭାବ ମଧ୍ୟ ଦୃଢ଼ ରହିଥାଏ । ବର୍ତ୍ତମାନ କେତେଜଣ କ୍ରିକେଟରଙ୍କର ଫର୍ମ ଅତି ଚମତ୍କାର ରହିଛି । ଅଷ୍ଟ୍ରେଲିଆ ଗସ୍ତକୁ ସଫଳ କରିବାରେ ଏହି ଖେଳାଳିମାନେ ସହାୟକ ହେବେ । ଫର୍ମରେ ଥିବା କ୍ରିକେଟରମାନଙ୍କୁ ବ୍ୟାଟିଂ ଓ ବୋଲିଂ ବିଭାଗରେ କେଉଁ କ୍ରମରେ ବା ସ୍ଥାନରେ ରଖାଯିବ, ତାହା ଚୟନ କରିବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏଥିରେ ତୃଟି ରହିଲେ ମ୍ୟାଚ୍ ବିପର୍ଯ୍ୟସ୍ତ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେଣୁ ଅଷ୍ଟ୍ରେଲିଆ ଗସ୍ତ ବେଳେ ମ୍ୟାନେଜମେଣ୍ଟ ତଥା କୋଚ୍ ଏହି ଦିଗକୁ ସବୁଠୁ ଗୁରୁତ୍ୱର ସହ ନେଇ ବିଚାର କରିବେ ବୋଲି ସାମି ଆଶାବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

one × four =