ତାହିର ମିଳିବ ସୁଯୋଗ,ମିଳିଲା ସଂକେତ

0 69

ଦୁବାଇ : ଆଇପିଏଲ୍‌ର ୨୦୧୯ ସଂସ୍କରଣରେ ଇମ୍ରାନ୍ ତାହିର ଚମତ୍କାର ବୋଲିଂ ପ୍ରଦର୍ଶନ ଦେଖାଇଥିଲେ । ୧୭ଟି ଗେମ୍‌ରୁ ସେ ୨୬ଟି ୱିକେଟ୍ ନେଇ ଚେନ୍ନାଇ ସୁପରକିଙ୍ଗିସ୍‌ର ଏହି ସ୍ପିନର କିନ୍ତୁ ବର୍ତ୍ତମାନର ସିଜିନ୍‌ରେ ଏପର୍ଯ୍ୟନ୍ତ ପଡ଼ିଆକୁ ଓହ୍ଲାଇ ନାହାନ୍ତି । ଆଠୋଟି ମ୍ୟାଚ୍ ଶେଷ ହୋଇଯାଇଥିଲେ ମଧ୍ୟ ଦଳ ତାଙ୍କୁ ଆଦୌ ସୁଯୋଗ ଦେଇନାହିଁ । ଏହାକୁ ନେଇ ଚେନ୍ନାଇର ମୁଖ୍ୟ ନିର୍ବାହୀ ଅଧିକାରୀ କାଶୀ ବିଶ୍ୱନାଥନ୍ କ୍ଷୋଭ ପ୍ରକାଶ କରିବା ସହ ତାହିର୍ ଖୁବ୍‌ଶୀଘ୍ର ଖେଳିବା ସୁଯୋଗ ପାଇବେ ବୋଲି କହିଥିଲେ । ଏଭଳି ଖେଳାଳିମାନଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି, ତାହା ବଳରେ ସେମାନଙ୍କୁ ସୁଯୋଗ ଦିଆଯିବ । ସଂଯୁକ୍ତ ଆରବ ଏମିରେଟ୍ସରେ ଯେଉଁ ନିୟମକୁ ଆଧାର କରି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି ସେଥିରେ ଟିମ୍ ମ୍ୟାନେଜମେଣ୍ଟ ଅତିବେଶୀରେ ଦୁଇଜଣ ବିଦେଶୀ ବ୍ୟାଟ୍ସମ୍ୟାନ୍ ଓ ଦ୍ରୁତ ବୋଲରଙ୍କୁ ରଖିପାରିବ । କିନ୍ତୁ ତାହିରଙ୍କ କଥା ଅଲଗା । ସେ ଜଣେ ସଫଳ ୱିକେଟ୍ ଟେକର । ତାଙ୍କୁ ଖେଳାଯିବାର ଆବଶ୍ୟକତା ରହିଛି । ଚେନ୍ନାଇ ବର୍ତ୍ତମାନ ଯେଭଳି ସ୍ଥିତିରେ ଗତି କରୁଛି ସେଥିରେ ଏଭଳି ପିଲାଙ୍କୁ କାଳ ବିଳମ୍ବ ନକରି ସୁଯୋଗ ଦେବା ଉଚିତ୍ । ସୁଯୋଗରୁ ବଞ୍ଚିତ କ୍ରିକେଟରମାନେ ଲାଭବାନ ହେବେ । ଏଭଳି କେତେକ କ୍ରିକେଟର ଅଛନ୍ତି, ସେମାନେ ଖେଳନ୍ତୁ ବୋଲି ସେମାନଙ୍କ ପ୍ରଶଂସକମାନେ ଚାହୁଁଛନ୍ତି । ସୋଶିଆଲ୍ ମିଡ଼ିଆରେ ସେମାନେ ଏ ନେଇ ମେସେଜ୍ ମଧ୍ୟ ଦେଉଛନ୍ତି । କର୍ତ୍ତୃପକ୍ଷ ଏହାକୁ ଆଧାର କରି ଖେଳାଳି ବାଛିବେ । ତେଣୁ ଆଗକୁ ପ୍ରଶଂସକମ।।ନେ ସେମାନଙ୍କର ମନ ପସନ୍ଦର ତାରକାଙ୍କୁ ଖେଳିବା ଦେଖିପାରିବେ । ଏଥର ସିଜିନ୍‌ରେ ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯିବ । ତେବେ ତାହା ଖେଳାଳିମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ୧୦ ପଏଣ୍ଟ ଓ ସର୍ବାଧିକ ରନ ରେଟ୍ ସହ ଏହା ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛି ଦିଲ୍ଲୀ କ୍ୟାପିଟାଲ୍ସ ।

hiranchal ad1
Leave A Reply

Your email address will not be published.

3 × 5 =