୫ ବର୍ଷୀୟ ଶିଶୁ କନ୍ୟାକୁ ବଳାତ୍କାର ଉଦ୍ୟମ, ଯୁବକ ଗିରଫ

0 98

ଦାରିଙ୍ଗବାଡ଼ି,୧୪/୧୦: ଦାରିଙ୍ଗବାଡ଼ି ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଅମାନବୀୟ ଘଟଣା । ଜଣେ ୫ ବର୍ଷୀୟ ଶିଶୁ କନ୍ୟା କୁ ବଳାତ୍କାର ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ ଦନେକବାଡ଼ି ପଂଚାୟତ ବିରାଗାଡ଼ା ଗ୍ରାମର ନିହେଶ୍ୱର ପ୍ରଧାନ(୪୦)। ଶିଶୁ କନ୍ୟା ଜଣକ ଘରେ ଖାଇସାରି ସାହିରେ ବୁଲୁଥିବା ସମୟରେ ନିହେଶ୍ୱର କିଛି ଖାଇବାକୁ ଦେବିକହି ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର ଉଦ୍ୟମ କରିଥିଲେ । ଘଟଣା ବିଷୟରେ ପରିବାର ଲୋକ ଜାଣିବା ପରେ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ମାମଲା ନଂ ୧୨୪/୨୦ ରୁଜୁ କରି ତଦନ୍ତ ଆରଂଭ କରି ନିହେଶ୍ୱର କୁ ଗିରଫ କରିଥିଲା । ପୋଲିସ ନିହେଶ୍ୱର କୁ ମେଡିକାଲ ଟେଷ୍ଟ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

five × one =