ଦାରିଙ୍ଗବାଡ଼ି ଶିବମନ୍ଦିର ସାହିରୁ ପାଗଳର ମୃତଦେହ ଉଦ୍ଧାର

0 151


ଦାରିଙ୍ଗବାଡ଼ି,୧୪/୧୦:ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶିବମନ୍ଦିର ସାହି ନିକଟ ଜାତୀୟ ରାଜପଥ କଡ଼ ଡ୍ରେନ ନିକଟରୁ ଜଣେ ପାଗଳର ମୃତଦେହ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଅଂଚଳର ଏସ ଶ୍ରୀନୁ । ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଅଂଚଳ ଲୋକ ପୋଲିସ କୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇ ଶବ କୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ କୁ ବ୍ୟବଛେଦ କରିଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗତକାଲି ରାତିରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ପାଗଳ ଜଣକ କୌଣସି କାରଣବଶତଃ ଡ୍ରେନରେ ପଡି ଯାଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଇଛି ।

hiranchal ad1
Leave A Reply

Your email address will not be published.

5 + 19 =