ବୌଦ୍ଧ : ବଜ୍ରାଘାତରେ ଜଣେ ମୃତ, ବ୍ୟାପକ କ୍ଷୟକ୍ଷତି

0 2,861

ବୌଦ୍ଧ ,୧/୧୦- ଗତକାଲି ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୃହ ପାଳିତ ପଶୁ ମୃତ୍ୟୁବରଣ କରିଥିବା ଜଣାପଡିଛି l
ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ଧଳପୁର ଗ୍ରାମ ପଂଚାୟତର ସାକୁସିଙ୍ଗା ଗ୍ରାମର ମଙ୍ଗୁଳୁ ପ୍ରଧାନ (60 ବର୍ଷ ) ଗାଆଁ ପୋଖରୀରେ ନିଜର ଗୋଟିଏ ବଳଦକୁ ଧୋଇ ସାରି ଅନ୍ୟ ଗୋଟିଏ ବଳଦକୁ ଧୋଉ ଥିବା ବେଳେ ଦିନ ପ୍ରାୟ 11 ଘଣ୍ଟା ସମୟରେ ବଜ୍ରାଘାତରେ ବଳଦ ସହ ମୃତ୍ୟୁବରଣ କରିଥିଲେ | ସେହିପରି କଣ୍ଟାମାଳ ବ୍ଲକ୍ ଘଣ୍ଟାପଡା ଗ୍ରାମ ପଂଚାୟତ ଲଣ୍ଡା ପଦର ଗ୍ରାମର ଗୋଟିଏ ଗଛ ତଳେ ହେମନ୍ତ ରଣାଙ୍କ 4 ଗୋଟି ମଇଁଷି ବନ୍ଧା ହୋଇଥିବା ବେଳେ ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

three × 5 =