ବିଦ୍ୟୁତ ବିଭ୍ରାଟକୁ ନେଇ ବାଉଁଶୁଣୀ ଅଂଚଳରେ ଜନ ଅସନ୍ତୋଷ

0 610

ବୌଦ୍ଧ/ବାଉଁଶୁଣୀ,୧/୧୦ – ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଅଂଚଳରେ ଘନଘନ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି । ଆଗାମୀ ଦିନରେ ବିଦ୍ୟୁତ୍‌ ଗ୍ରାହକମାନେ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ନିୟମିତ ଲୋକେ ବିଦ୍ୟୁତ ବିଲ୍‌ ପଇଠ କରୁଥିଲେ ମଧ୍ୟ ବିଦ୍ୟୁତ୍‌ ସରବରାହ ଅବ୍ୟାହତ ରଖିବା ଦିଗରେ ବିଭାଗ କୌଣସି ତତ୍ପରତା ପ୍ରକାଶ କରୁନଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ପ୍ରତିଦିନ ଅନେକ ଥର କିଛି କିଛି ସମୟ ବିଦ୍ୟୁତ ବିଭ୍ରାଟ ନିତିଦିନିଆ ଘଟଣା ହୋଇଛି । ଗତକାଲି ଦିନତମାମ ବିଦ୍ୟୁତ୍‌ ନଥିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ । ବିଭାଗୀୟ କର୍ମଚାରୀମାନଙ୍କୁ ବିଦ୍ୟୁତ ସରବରାହ ବନ୍ଦ ହେବାର କାରଣ ଓ କେତେବେଳେ ଆସିବ ବୋଲି ପଚାରିଲେ ମଧ୍ୟ ସେମାନେ ଗ୍ରାହକ ମାନଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁନଥିବା କାରଣରୁ ଲୋକଙ୍କ ମନରେ ଆକ୍ରୋଶ ବୃଦ୍ଧିପାଉଛି । ବିଦ୍ୟୁତ୍‌ ସମସ୍ୟା ପାଇଁ ଲୋକଙ୍କ ମନରେ ପୁଞ୍ଜିଭୂତ ଅଶାନ୍ତି ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନ ଜନ୍ମ ନେବାକୁ ଇନ୍ଧନ ଯୋଗାଉଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

14 − 7 =