ଗଜପତିରେ ପୁଣି ୧୬ଟି କରୋନା ପଜିଟିଭ ଚିହ୍ନଟ

0 222

ପାରଳାଖେମୁଣ୍ଡି : ଗଜପତିରେ ଆଉ ୧୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିବାରୁ ସେମାନଙ୍କୁ ସମସ୍ତଙ୍କୁ ଆର.ସୀତାପୁର ଠାରେ ଥିବା ଅସ୍ଥାୟୀ କୋଭିଡ ହସ୍ପିଟାଲକୁ ସେମାନଙ୍କ ଚିକିତ୍ସା ସକାଶେ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

7 + 11 =