ମହାନଦୀରେ ବୁଡି ଦୁଇଭାଇ ମୃତ

0 6,016

ବୌଦ୍ଧ,: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅରଖପଦର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମଧ୍ୟାହ୍ନରେ ମହାନଦୀକୁ ଦୁଇ ସମ୍ପର୍କୀୟ ଭାଇ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଥାନା ଅରଖପଦର ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଆଶିଷ ପ୍ରଧାନ(୧୭) ଓ ତୋଫାନ ପ୍ରଧାନ(୧୫) ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ବଡଭାଇ ଆଶିଷ ନଦୀ ଜଳରେ ବୁଡିଯାଇ ସୁଅରେ ଭାସିଯିବା ସହ ଚିତ୍କାର କରିଥିଲେ । ଏହାଦେଖି ପାଖରେ ଗାଧୋଉଥିବା ସାନଭାଇ ବଡଭାଇକୁ ଉଦ୍ଧାର କରିବାକୁ ଯାଇଥିଲେ । ପାଣିର ସୁଅରେ ଉଭୟେ ଭାସିଯାଇ ବୁଡିଯାଇଥିଲେ । ପାଖରେ ଗାଧୋଉଥିବା ଲୋକମାନେ ପରିବାରବର୍ଗଙ୍କୁ ଖବର ଦେବାପରେ ସେମାନେ ଆସି ପହଞ୍ଚିଲାବେଳକୁ ଦୁଇଭାଇଙ୍କ ପତ୍ତା ମିଳିନଥିଲା । ଦମକଳ ବାହିନୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲା । ସେତେବେଳକୁ ଦୁଇଭାଇଙ୍କ ପ୍ରାଣବାୟୁ ଉଡିଯାଇଥିଲା । ହରଭଙ୍ଗା ପୋଲିସ ପହଞ୍ଚି ଦୁଇଭାଇଙ୍କ ଶବକୁ ଜବତକରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏହି ଦୁଃଖଦ ଘଟଣାରେ ଅରଖପଦର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

sixteen − one =