ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

0 329

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ପାଲା ବୃଦ୍ଧି ଗ୍ରାମପଞ୍ଚାୟତ ଅଳି ମାଡା ଗ୍ରାମର ଦୁଇ ଭାଇ ପ୍ରଦୀପ ବାଗାର ବୟସ 28 ଓ ନରେଶ ବାଗାର ବୟସ 25 ଫୁଲବାଣୀରୁ ମାର୍କେଟ କରି ଫିରିଙ୍ଗିଆ ରାସ୍ତାରେ ନିଜ ଗ୍ରାମକୁ ମୋଟର ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ବିଶି ପଡ଼ା ସାଲୁଙ୍କି ବ୍ରିଜ ନିକଟରେ ଲାଞ୍ଜିଗଡ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କମଳା ରଂଗସର ଇଣ୍ଡିଗୋ ଗାଡି ଧକା ଫଳରେ ସ୍ପଟ ରେ ମୃତ୍ୟୁ ବରଣ କଲେ ଓ ତତକ୍ଷଣାତ ଦୁର୍ଘଟଣାର ଖବର ପାଇ ସଦର ଥାନା ଅଧିକାରୀ ଶ୍ରୀ ଆଦିତ୍ୟ ନାଥ ସେଠି , ASI ଶ୍ରୀ ଯୁଗଳ କିଶୋର ଡିଗାଲ ଶ୍ରୀ ନୀଳାମ୍ବର ଡିଗାଲ ସଦାନନ୍ଦ ସାହାଣୀ ସଦଳ ବଳ ପହଂଚି 108 ଆମ୍ବୁଲାନ୍ସ ଯୋଗେ ଦୁଇଗୋଟି ଡେଡ ବୋଡ଼ିକୁ ପୋଷ୍ଟ ମଟମ PAIପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ରାସ୍ତାକୂ ସଂଗେ ସଂଗେ କ୍ଲିୟର କରି ଯାନ ବାହାନ ଚଲା ଚଳକୁ ସ୍ୱାଭାବିକ କରିଥିଲେ I ଯୁଗଳ କିଶୋର ଡିଗାଲ ନୀଳାମ୍ବର ଡିଗାଲ ଯୁଦ୍ଧ କାଳୀନ ଭିତିରେ ଶବ ବ୍ୟବଛେଦ ପାଇ ବନ୍ଦୋବସ୍ତ କରି ଥିଲେ ମୃତକ ପ୍ରଦୀପ ବାଗାର ବିବାହିତ ଓ ଦୁଇଟି ସନ୍ତାନର ବାପା ଥିଲେ ଓ ନରେଶ ବାଗାର ଅବିବାହିତ , ଦୁଇ ଭାଇ ଏକ ସମୟରେ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବାରୁ ଉକ୍ତ ପରିବାର ସମ୍ପୂର୍ଣ ଭାଙ୍ଗିପଡିଚନ୍ତି I ସେମାନେ ଅତି ଗରିବ ପରିବାର ହୋଇଥିବାରୁ ଉଭୟଙ୍କ ଅନ୍ତେଷ୍ଟିକ୍ରିୟା ବା ଶବ ଦାହ କରିବା ଏବଂ ଶୁଦ୍ଧି କ୍ରିୟା କରିବାପାଇଁ ଅକ୍ଷମତା ପ୍ରକାଶ କରି ଜିଲ୍ଲା ପ୍ରଶାସନ ତରଫରୁ କିମ୍ବା ରେଡ଼କ୍ରସ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବାପାଇଁ ନିବେଦନ କରିଥିଲେ I ବର୍ତମାନ ଦେଖିବାର ବାକି ରହିଲା ଏ ଦୁଃଖରେ ମର୍ମାହତ ହୋଇପଡିଥିବା ପରିବାର ପ୍ରତି ଜିଲ୍ଲା ପ୍ରଶାସନ କିଭଳି ସହାୟତାର ହାତ ବଢ଼ାଉଛି ।

hiring
hiranchal ad1
Leave A Reply

Your email address will not be published.

thirteen − 1 =