ମନ୍ କି ବାତ୍‌ରେ ଓଡି଼ଶାକୁ ପ୍ରଶଂସା

0 193

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିୟମିତ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍‌’ରେ ଆଜି ଦେଶର ବିଭିନ୍ନ ବର୍ଗର ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକଡାଉନ କଟକଣାକୁ ପାଳନ କରିଥିବାରୁ ସେ ଏଭଳି କୃତଜ୍ଞତା ଜଣାଇଛନ୍ତି । ବିଶେଷକରି ଲକଡାଉନ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଅବଦାନ ପାଇଁ ସେ ଓଡିଶା ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଗୋଟିଏ ପଟେ ଲକଡାଉନ ସମସ୍ୟା ଲାଗି ରହିଥିବା ବେଳେ ଅନ୍ୟପଟେ ଅମ୍ଫାନ ମହାବାତ୍ୟା ଦେଖାଦେଲା । ଓଡିଶା ଏହାକୁ ଯେଭଳି ସାହାସ ଓ ଧୈର୍ଯ୍ୟର ସହ ମୁକାବିଲା କଲା ତାହା ବାସ୍ତବିକ ପ୍ରଶଂସନୀୟ । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ମୋଦି କହିଛନ୍ତି । ସେହିପରି ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବା କଷ୍ଟ ସହୁଥିବାରୁ ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ସେମାନଙ୍କ ଲାଗି ସବୁ ପ୍ରକାର ବ୍ୟବସ୍ଥା ସରକାର କରିଛନ୍ତି । ବସଠାରୁ ଆରମ୍ଭ କରି ଟ୍ରେନ୍ ସେବା ବ୍ୟବସ୍ଥା କରିଛନ୍ତି । ପୂର୍ବରୁ ପାସେଞ୍ଜର ଟ୍ରେନ, ବସ୍ ଓ ବିମାନ ସେବା ବନ୍ଦ ଥିଲା । ଏବେ କିନ୍ତୁ ଏହା ଆରମ୍ଭ ହୋଇଛି । ଶ୍ରମିକମାନଙ୍କ ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ସେବା ଜାରି ରହିଛି । ଏ ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରମିକ ଟ୍ରେନ ଯୋଗେ ନିଜ ନିଜ ରାଜ୍ୟକୁ ଫେରିସାରିଲେଣି । କଟକଣା ଆଉ ପୂର୍ବପରି କଠୋର ନାହିଁ । ବର୍ତ୍ତମାନ ଏହା ଅନେକ ମାତ୍ରାରେ କୋହଳ ହୋଇଛି ଏବଂ ଲୋକେ ସ୍ୱାଭାବିକ ଭାବେ କାରବାର ଆରମ୍ଭ କଲେଣି । ଉଦ୍ୟୋଗଗୁଡିକ ଧୀରେ ଧୀରେ ଖୋଲିଲାନି । ଭାରତର ଅର୍ଥ ବ୍ୟବସ୍ଥାରେ ଏହା ଏକ ବଡ ଅଂଶ ହୋଇଥିବାରୁ ଆଗକୁ ଆର୍ଥିକ ସ୍ଥିତି ସୁଧୁରିବା ଆଶା ଦେଖାଦେଇଛି । ତେବେ ଆଗକୁ ମଧ୍ୟ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ସେ କହିଛନ୍ତି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ସତ କିନ୍ତୁ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଉଛି । ଭାରତରେ ନିକଟ ଭବିଷ୍ୟତରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରିତ ହେବା ବୋଲି ଆଶା କରାଯାଉଛି । ମୋଦି ତାଙ୍କ ଭାଷଣରେ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଡାକ୍ତର, ନର୍ସ, ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ, ପୁଲିସ କର୍ମଚାରୀ ଓ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ ।

hiranchal ad1
Leave A Reply

Your email address will not be published.

3 + 6 =