ପଶ୍ଚିମ ଓଡି଼ଶାରେ ପଙ୍ଗପାଳ ଭୟ

0 215

ଭୁବନେଶ୍ୱର: ପାକିସ୍ତାନ ପଟୁ ଭାରତରେ ପ୍ରବେଶ କରିଥିବା ପଙ୍ଗପାଳମାନେ ଖୁବଶୀଘ୍ର ଓଡିଶାରେ ପହଞ୍ଚିବେ । ଏମାନେ ବିଶେଷକରି ଉଷ୍ଣ ବାତାବରଣକୁ ଅଧିକ ମାତ୍ରାରେ ଅକୃଷ୍ଟ ହେଉଥିବାରୁ ପଶ୍ଚିମଓଡିଶାକୁ ପ୍ରଥମେ ଏମାନଙ୍କର ଆଗମନ ହେବ ବୋଲି ଅନୁମାନ କରାଯାଉଛି । ପ୍ରାଣୀ ବିଶେଷଜ୍ଞମାନଙ୍କ ମତରେ ଓଡିଶାର ପଶ୍ଚିମାବର୍ତ୍ତ ବିଶେଷକରି ଉପକୂଳ ଓଡିଶା ଅପେକ୍ଷା ପଶ୍ଚିମଓଡିଶାରେ ଅଧିକ ଗ୍ରୀଷ୍ମ ପ୍ରଭାବ କବଳିତ ହୋଇରହିଥାଏ । ଗ୍ରୀଷ୍ମ ବାତାବରଣ ସହ ଆକୃଷ୍ଟ ହେଉଥିବା ଏହି ଝିଣ୍ଟିକା ତଥା ପଙ୍ଗପାଳ ଓଡିଶା ପହଞ୍ଚିଲେ ପଶ୍ଚିମଓଡିଶାରୁ ହିଁ ଆକ୍ରମଣ ଆରମ୍ଭ କରିପାରନ୍ତି । ସଂପ୍ରତି ଓଡିଶାକୁ ପଙ୍ଗପାଳ ଭୟ ସଂପର୍କରେ ଓୟୁଏଟିର ଟିମ ଲଳିତ ମୋହନ ଗଡନାୟକକହିଛନ୍ତି ଆସନ୍ତା ଜୁନ୍ ମାସରେ ପଙ୍ଗପାଳମାନେ ଓଡିଶା ଆସିବେ ବୋଲି କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବର୍ଷା ଆସିଗଲେ ପଙ୍ଗପାଳମାନେ ରହିବେ ନାହିଁ । ତେଣୁ ଆମ ରାଜ୍ୟରେ ସାଧାରଣ ଜୁନ ପ୍ରଥମ ସପ୍ତାହ ପରେ ପରେ ମୌସୁମୀ ପ୍ରଭାବରେ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଏହି ମଧ୍ୟବର୍ତ୍ତୀ ସମୟ ଅର୍ଥାତ୍ ଆସନ୍ତା ସପ୍ତାହରେ ପଙ୍ଗପାଳମାନେ ପଶ୍ଚିମଓଡିଶାରେ ପହଞ୍ଚି ଫସଲ ନଷ୍ଟ କରିବାର ଆଶଙ୍କା ରହିଛି । ଏଣୁ ରାଜ୍ୟରେ ପଙ୍ଗପାଳ ମୁକାବିଲା ପାଇଁ ଆଜି ଏକ ବୈଠକ ପରେ ଟିମ୍ ଗଠନ କରାଯାଇ ଏସ୍‌ଓପି ଜାରି କରାଯାଇଛି । ଓୟୁଏଟି ଓ ବିଦ୍ୟାଧର ଫାର୍ମର କୀଟ ତତ୍ତ୍ୱବିତଙ୍କୁ ନେଇ ଏହି ଟିମ ଗଠନ କରାଯାଇଛି । ଏସ୍‌ଓପି ଅନୁଯାୟୀ ଚାଷୀମାନଙ୍କୁ ସତର୍କ କରାଯିବ । କୃଷି ନିର୍ଦ୍ଦେଶକଙ୍କ ଅଧିନରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ପର୍ଯ୍ୟାପ୍ତ ପରିମାଣ ଔଷଧ, ବଡ ସ୍ପେୟର ଓ ଟ୍ରାକ୍ଟର ଆଦି ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ପଙ୍ଗପାଳକୁ ମୁକାବିଲା କରାଯାଇପାରିବ ବୋଲି ଶ୍ରୀ ଗଡନାୟକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 + 15 =