୨ଲକ୍ଷ ମୁହାଁ ଦେଶର ଆକ୍ରାନ୍ତ ସଂଖ୍ୟା

0 98

ନୂଆଦିଲ୍ଲୀ: ଭାରତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ଲକ୍ଷ ଆଡକୁ ମୁହାଁଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮,୩୮୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୮୨୧୪୩ରେ ପହଞ୍ଚିଛି । ସେହିପରି ମୃତ୍ୟୁସଂଖ୍ୟା ୫୧୬୪କୁ ବୃଦ୍ଧି ପାଇଛି । ତେବେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଛି । ଆଜି ଏହା ୮୬୯୮୩ରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଏହି ସୂଚନା ଦେଇ କହିଛି ଯେ, ପୂର୍ବଭଳି ମହାରାଷ୍ଟ୍ର ଆକ୍ରାନ୍ତ ତାଲିକାରେ ଶୀର୍ଷରେ ରହିଛି । ଏହି ରାଜ୍ୟରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଦୈନିକ ସଂଖ୍ୟା ୭୦୦ରୁ ୧୪ଶହ ରହୁଛି ।

hiranchal ad1
Leave A Reply

Your email address will not be published.

16 + 15 =