ଜୁନ ୧୭ରେ ଖୋଲିବନି ସ୍କୁଲ

0 199

ଭୁବନେଶ୍ୱର: ଆସନ୍ତା ଜୁନ ୧୭ ତାରିଖରେ ସ୍କୁଲ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସୂଚନା ଦେଇଛନ୍ତି । ସ୍ଥିତି ଅନୁଧ୍ୟାନ ପରେ ଜୁଲାଇ ମାସରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ଆସନ୍ତାକାଲିଠୁ ଲକଡାଉନ ଅର୍ଥାତ୍ ଅନଲକ୍‌-୧ ଆରମ୍ଭ ହେବ । ଏହା ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଥିବାରୁ ଗାଇଡଲାଇନ ଅନୁଯାୟୀ ଆସନ୍ତା ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି । କିନ୍ତୁ ରାଜ୍ୟ ସରକାର ଆମର ସ୍ଥାନୀୟ ସ୍ଥିତିକୁ ନେଇ ପରେ ନିଷ୍ପତ୍ତି ନେବେ । ଏହାବ୍ୟତୀତ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଆସନ୍ତା ମାସ କରୋନା ସ୍ଥିତି ପାଇଁ ରାଜ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହୋଇଥିବାରୁ ଗୋଷ୍ଠୀ ସଂକ୍ରମଣକୁ ଦୂରେଇବା ପାଇଁ ଏଭଳି ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ସରକାର ଜୁନ୍ ୧୭ରେ ସ୍କୁଲ ଖୋଲିବ ବୋଲି କହିଥିଲେ । କିନ୍ତୁ ଏବେ କରୋନା ସ୍ଥିତି ଜଟିଳ ହେବା ପରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ।

hiranchal ad1
Leave A Reply

Your email address will not be published.

14 − six =