ବୌଦ୍ଧ : ସଡକ ଦୁର୍ଘଟଣା, ୨ ଆହତ

0 878

ବୌଦ୍ଧ : ଜାତୀୟ ରାଜପଥ ନଂ ୫୭ର ବୀରନରସିଂହପୁର ନିକଟରେ ଏକ ଦୁର୍ଘଟଣା ଘଟି ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ମିଳିଥିବାସୂଚନା ଅନୁସାରେ ବୀରନରସିଂହପୁର ସ୍ଥିତ ସାଧୁଚରଣ ଉଚ୍ଚ ବିଦ୍ୟଆଳୟ ସାମ୍ନାରେ ଏକ ମିନିଟ୍ରକ ରାସ୍ତାକଡରେ ରହିଥିଲା । ଦିନ ପ୍ରାୟ ଘ.୧୨ଟା ୧୫ମିନ ସମୟରେ ଅନ୍ୟ ଏକ ଟାଟା ଏସିଇ ଗାଡି ପଛପାଖରୁ ମିନିଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଟାଟା ଏସିଇ ଗାଡି ଆଗରେ ବସିଥିବା ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ଧକ୍କା ହେବା ପରେ ମିନିଟ୍ରକଟି ଆଗକୁ କିଛି ମିଟର ଗଡି ଯାଇଥିଲା ।
ଜାତୀୟ ରାଜପଥ ୫୭ରେ ଦୈନନ୍ଦିନ ଛୋଟବଡ ଅନେକ ଦୁର୍ଘଟଣା ଘଟି ମରଣଯନ୍ତା ପାଲଟିଥିବା ବେଳେ ଲକଡାଉନ ଯୋଗୁଁ କିଛି ଦିନ ହେଲା ଦୁର୍ଘଟଣାରେ ରୋକ ଲାଗିଥିଲା । ବେପରୁଆ ଗଡି ଚାଳନା ଓ ଦ୍ରୁତଗତି ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣାର କାରଣ ପାଲଟିଛି ୍ୟ

hiranchal ad1
Leave A Reply

Your email address will not be published.

20 − one =