ଲକଡାଉନ ରେ ଅସହାୟଜନଙ୍କ କଷ୍ଟ ବଢିଛି

0 99

ସମ୍ବଲପୁର : କରୋନା ସଙ୍କଟ ଯୋଗୁଁ ଘୋଷିତ ଲକଡାଉନ ପରେ ଅନେକ ଅସହାୟଜନଙ୍କ କଷ୍ଟ ବଢିଯାଇଛି । ବିଶେଷ ରୂପେ ଏକୁଟିଆ ରହୁଥିବା ଏପରି ଲୋକଙ୍କ କଥା କହିଲେ ନ ସରେ । ଯେତେ ଡିଡିମ୍ବି ପିଟିଲେ ମଧ୍ୟ ପ୍ରଶାସନିକ ସାହାଯ୍ୟ ଏପରି ଲୋକଙ୍କ ପାଖକୁ ପହଞ୍ଚି ପାରୁ ନାହିଁ । ଏପରି ଜଣେ ବରିଷ୍ଠ ନାଗରିକ ଲାଲବାବୁ ଛତ୍ରିଆ ବିଗତ କିଛି ମାସରୁ ପକ୍ଷାଘାତ ରେ ପୀଡିତ ହୋଇ ଘରେ ଏକୁଟିଆ ପଡିଛନ୍ତି ଓ କିଛି ସ୍ଥାନୀୟ ସହୃଦୟ ବ୍ଯକ୍ତିଙ୍କ ବଦାନ୍ଯତା ପାଇଁ ସେ ବଞ୍ଚିଛନ୍ତି । ସେହିପରି ଜଣେ ଏକାକୀ ବୃଦ୍ଧା ଫୁଲମତୀ (୭୦)ଙ୍କୁ ଗତ ସାତମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳୁ ନାହିଁ । ଗତ ବର୍ଷା ରେ ତାଙ୍କର ଘର ଭାଙ୍ଗି ଆସବାବପତ୍ର ନଷ୍ଟ ହୋଇଗଲା, ସେଥିରେ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା କାର୍ଡ ମଧ୍ୟ ଗଲା । ତାହା ପରେ ସେ ସମ୍ବଲପୁର ମହାନଗର ନିଗମ ପାଖରେ ଏବିଷୟରେ ଜଣାଇବା ସହିତ ନୂତନ କାର୍ଡ ପାଇଁ ସେ ଆବେଦନ କରିଛନ୍ତି କିନ୍ତୁ ଆଜକୁ ସାତମାସ ହେଲା ଏହା ଉପରେ କୌଣସି କାର୍ଯ୍ଯାନୁଷ୍ଠାନ ହୋଇ ପାରି ନାହିଁ । ବର୍ତ୍ତମାନ ଲକଡାଉନ ପରିସ୍ଥିତି ରେ ତାଙ୍କର ଅବସ୍ଥା ସାଙ୍ଘାତିକ ହୋଇ ପଡିଛି । କିଛି ସ୍ଥାନୀୟ ସହୃଦୟ ବ୍ଯକ୍ତିଙ୍କ ଦୟାରୁ ସେ ବଞ୍ଚିଛନ୍ତି । ଏହିପରି ଅନେକ ଅସହାୟ ଏକାକୀ ଦୁସ୍ଥଜନ ପ୍ରଶାସନ ର ଅଢୁଆଳରେ ପଡି ରହିଛନ୍ତି ଓ ଯେଉଁମାନଙ୍କ ବିଷୟରେ ପ୍ରଶାସନ ପାଖରେ କିଛି ଖବର ନାହିଁ ଓ ସମୟ ମଧ୍ୟ ନାହିଁ ।

hiranchal ad1
Leave A Reply

Your email address will not be published.

five × one =