ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

0 220

ପାଟଣାଗଡ଼ : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଛକ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପାଟଣାଗଡ଼ ପଟରୁ ପଦ୍ମପୁରକୁ ଯାଉଥିବା ସମୟରେ ଦୁଇ ବାଇକ ଆରୋହୀ ଗାଡ଼ି ନଂ ଓଡି ୦୩ଭି ୦୨୬୧ ନୀଳ ରଙ୍ଗର ଏଚଏଫ ଡିଲକ୍ସ ବାଇକ ପାଟଣାଗଡ଼ ପଟରୁ ଦ୍ରୁତ ଗତିରେ ଯାଉଥିବା ପିକଅପ ଭ୍ୟାନ୍‌ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଧକ୍କା ଏତେ ଜୋରରେ ହୋଇଥିଲା ଯେ ମୁଣ୍ଡରୁ ମସ୍ତିଷ୍କ ବାହାରି ୫୦ ଫୁଟ ଦୂରକୁକୁ ଛିଟିକି ପଡ଼ିଥିଲା । ସ୍ଥାନୀୟ ଲୋକ ଠାରୁ ଖବର ପାଇଁ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ । ବାଇକ ଆରୋହୀ ମୃତକ ଦ୍ୱୟ ସୁରେନ୍ଦ୍ର ବରିହା (୩୦) ଓ ଜୀବର୍ଦ୍ଧନ ବରିହା ତମିଆ ପଞ୍ଚାୟତ ଅନ୍ତର୍ଗତ ଦାବକାନି ଗ୍ରାମର ବୋଲି ଜଣାପଡିଛି । ସେମାନେ କୌଣସି କାମରେ ପାଟଣାଗଡ଼ ଥାନା ତାଲପଦର ଗାଁ କୁ ଯାଉଥିଲେ ବୋଲି ମୃତକଙ୍କ ଦାଦା କଲେକ୍ଟର ବରିହା କହିଛନ୍ତି । ପୋଲିସ ପିକଅପ ଭ୍ୟାନ ଗାଡ଼ି ନଂ ସିଜି୦ଜିଏକ୍ସ ୦୬୫୭ ସହ ଡ୍ରାଇଭରକୁ ଜୁରିଆ ଟୋଲ ଗେଟ ନିକଟରୁ ଥାନାକୁ ଆଣି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

five × four =