ଅପହୃତ ନାବାଳିକା ଉଦ୍ଧାର, ରସିକିଆ ଟିଉସନ ମାଷ୍ଟର ଗିରଫ

0 111

ବାଲିଗଡ଼ା: ଗୁରୁଙ୍କ ନାମରେ ଲାଗିଛି କଳଙ୍କ । ଟିଉସନ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ଜେଲଗଲେ ରସିକିଆ ଟ୍ୟୁସନ୍ ମାଷ୍ଟର । ଏହିଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ l ଅପହୃତ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡି ପୋଲିସ । ସୂଚନାଯୋଗ୍ୟ ଗତ 18 ତାରିଖ ଦିନ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଡିଗାଲ ନାମକ ଜଣେ ଟିଉସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ କରିନେଇଥିବା ନେଇ ଦାରିଙ୍ଗବାଡି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡି ଥାନା ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିବା ପରେ କୋରାପୁଟ ଜିଲ୍ଲା ଦାମନଯୋଡି ଅଞ୍ଚଳରୁ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ରସିକିଆ ଟିଉସନ ଶିକ୍ଷକଙ୍କୁ ଗିରଫ କରିଥିଲା l ଦାମନଯୋଡିରେ ଉଭୟେ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ରହୁଥିଲେ l ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏସଆଇ ସୌମ୍ୟରଞ୍ଜନ ପଣ୍ଡା ଏହାର ନେତୃତ୍ୱ ନେଇଥିଲେ l

hiranchal ad1
Leave A Reply

Your email address will not be published.

4 × 3 =