ଅକ୍ଟୋବର ୧୩କୁ ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି

0 271

ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ଫସି ରହିଥିବା ଶାହାରୁଖ ଖାନଙ୍କ ଆର୍ଯ୍ୟନ ଖାନଙ୍କୁ ଆଜି ମିଳିଲାନି ଜାମିନ୍ । ମୁମ୍ବାଇ ଅଧିବେଶନ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସେପର୍ଯ୍ୟନ୍ତ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡିବ । ଏନସିବି ସେହି ଦିନ ନିଜର ଜବାବ ଦାଖଲ କରିବ । ବିତାରପତି ଭି.ଭି ପଟେଲ ବୁଧବାର ସୁଦ୍ଧା ତାହାର ଜବାବ ଦାଖଲ କରିବାକୁ କହିଥିଲେ । 

hiring

ତେବେ ଅକ୍ଟୋବର ୧୩ ତାରିଖ ଅପରାହ୍ନ ୨.୪୫ରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ହେବ । ଆର୍ଯୟନଙ୍କ ନିକଟରୁ ଡ୍ରଗ୍ସ ଉଦ୍ଧାର କରାଯାଇନଥିବାରୁ ତାଙ୍କ ଜାମିନ ଆବେଦନ କରାଯାଇଛି । ଆର୍ଯ୍ୟନଙ୍କ ଓକିଲ ତାଙ୍କ ତରଫରୁ ଯୁକ୍ତି କରିଛନ୍ତି ଯେ ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ଡ୍ରଗ୍ସ ମିଳିଥିଲା ଯାହା ଆଧାରରେ ତାଙ୍କୁ ଜେଲରେ ରଖାଯାଇପାରିବ ନାହିଁ । ସେହିପରି ଅକ୍ଟୋବର ୮ରେ ମପମ୍ବାଇର ଲୋୟର କୋର୍ଟ ଆର୍ଯ୍ୟନ ଖାନ, ଅରବାଜ ମର୍ଟାଣ୍ଟ ଏବଂ ମୁମିନ ଧାମଚାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । କୋର୍ଟରେ ଓକିଲଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା । ଯାହା ପରେ ଆବେଦନ ଖାରଜ ହୋଇଯାଇଥିଲା ।

hiranchal ad1
Leave A Reply

Your email address will not be published.

six + eighteen =