ଲକଡାଉନ ବେଳେ ୨ଟି ଅଗ୍ନିକାଣ୍ଡ

0 85

ସମ୍ବଲପୁର : ଗତକାଲି ସବୁଆଡେ ଲକଡାଉନ ପାଇଁ ସବୁ କିଛି ବନ୍ଦ ଥିବା ସମୟରେ ଦୁଇଟି ପୃଥକ ପୃଥକ ଅଗ୍ନିକାଣ୍ଡ ଘଟିଥିଲା । ସମ୍ବଲପୁର ନଗରୀୟ ଅଞ୍ଚଳରେ ସ୍ଥାନୀୟ ବିଜୟକଲୋନୀ ଠାରେ କାଲି ସନ୍ଧ୍ୟାରେ ଏକ ତିନି ମହଲା ଘର ବାଲକନୀ ରେ ଅଗ୍ନିକାଣ୍ଡ ଯୋଗୁଁ ସେଠାକାର ଲୋକେ ଛାନିଆ ହୋଇ ଯାଇ ଥିଲେ । କଲୋନୀ ର ମୁଖ୍ୟ ପ୍ରବେଶ ମାର୍ଗ ସାମନା ରେ ବର୍ତ୍ତମାନ ନିର୍ମିତ ଫ୍ଲାଇଓଭର ସ°ରଚନା ଯୋଗୁଁ ସେଠାକୁ ଅଗ୍ନିଶମ ବାହନ ପହଞ୍ଚିବା ଅସମ୍ଭବ ଥିଲା । ସୌଭାଗ୍ୟବଶତଃ ଘରଲୋକେ ସକ୍ରିୟତା ଦର୍ଶାଇ ଏହି ଅଗ୍ନିକାଣ୍ଡ ଉପରେ ନିୟନ୍ତ୍ରଣ ପାଇଥିଲେ । ଏକ ସନ୍ଧ୍ୟା ଦୀପରୁ ପାଖରେ ଥିବା କଦଳୀପତ୍ର ପ୍ରଥମେ ପୋଢିଲା ଓ ଖୋଲା ବାଲକନୀ ଯୋଗୁଁ ପବନ ଏହାକୁ ତେଜେଇ ଦେଇଥିଲା । ଘରଲୋକେ ପହଞ୍ଚି ଏହାକୁ ଆୟତ୍ତ କରିବା ପୂର୍ବରୁ ସେଠାରେ ଥିବା ଗୋଟିଏ ପ୍ଲାଷ୍ଟିକ କୁଲର ଓ ସେଯଗଦ୍ଦୀ ପୋଡ଼ି ଯାଇଥିଲା । ଅନ୍ୟ ଏକ ଘଟଣାରେ ସ୍ଥାନୀୟ ଯୁଯୁମୁରା ବ୍ଲକ ଅନ୍ତର୍ଗତ କୟାକୁଦ ଗାଁରେ ଗୋଟିଏ ପାଳଗଦା ହଠାତ ପୋଡିବାକୁ ଲାଗିଲା । ଅଗ୍ନିକାଣ୍ଡ ଅଣାୟତ୍ତ ହୋଇପଡିବାରୁ ଖବର ପାଇ ଯୁଯୁମୁରା ରୁ ଅଗ୍ନିଶମ ବାହନ ସେଠାରେ ପହଞ୍ଚି ଏହାକୁ ଲିଭାଇ ଥିଲା । ଖବର ପାଇ ରାଜସ୍ବ ବିଭାଗୀୟ ଲୋକେ ସେଠାରେ ପହଞ୍ଚି କ୍ଷୟକ୍ଷତି ର ଆକଳନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 + eighteen =